STORYMIRROR

Narayan chandra Senapati

Abstract

3  

Narayan chandra Senapati

Abstract

ସଙ୍କେତ

ସଙ୍କେତ

1 min
11.9K

କାହିଁକି ଏ ସୁନ୍ଦର ପୃଥିବୀର

ପ୍ରତିଟି କୋଣରେ

ଟ୍ରାଫିକ କେନ୍ଦ୍ର ସୃଷ୍ଟି କରୁଛୁ ହେ ମହାମାରୀ

ତୋ ତିନି ରଙ୍ଗର ପତାକା ଦେଖି

ପ୍ରତିଟି ମଣିଷ ଭାବିନେଇଛି କରିବ ଯୁଦ୍ଧ

ଏ ସାମ୍ପ୍ରତିକ ଯୁଦ୍ଧ ଭୁଇଁରେ,

ଚୁର୍ଣ୍ଣ କରି ତୋ' ଦର୍ପ

ଉଡାଇବ ତ୍ରିରଙ୍ଗା ବାନା

ପ୍ରତିଟି ପରିବାରର ଗୃହ ଉପରେ।


ତୋ ନୀରବ ଗର୍ଜନରେ 

ଶୁନ୍ ଶାନ୍ କାଲିର ମୂଖରିତ ଇଲାକା

ଅର୍ଦ୍ଧ ନିୟନ୍ତ୍ରଣ ଶ୍ବାସକ୍ରିୟା ସହ

ମୁହଁରେ ପଟି ବନ୍ଧା 

ବାଧ୍ୟ କରିଛୁ ହେବାପାଇଁ ନିଃସ୍ତବ୍ଧ ନିଶ୍ଚଳ,

ନିଷ୍ଠୁର କରୋନା ଭୁତାଣୁ ସୈନ୍ୟ ମାନଙ୍କୁ କରି ପ୍ରେରିତ

ଶୋଷିଲୁଣି କେତେ ପ୍ରାଣ

ଆଉ ସଢ଼ାଉଛୁ

କେତେ ନିରୀହଙ୍କ ନିଷ୍ପାପ ହୃଦୟ

ସବୁକିଛି ଯେମିତି ଏ ପୃଥିବୀରେ ଟଳମଳ।


କେତୋଟି ସ୍ଥାନକୁ ଦେଇ ସବୁଜ ସଂକେତ

ସୃଷ୍ଟି କରିଛୁ ବଞ୍ଚିବାର ଆଶା

ଆଉ ଆବଶ୍ୟକତା ପୂରଣର ସଦିଶ ହାତ,

ଆଉ କିଏ କମାଳାରଙ୍ଗକୁ ଦେଖି

ସାଜିଛି ନଜର ବନ୍ଦୀ

ହୋଇ ଅନିଚ୍ଛାକୃତ କ୍ଷତବିକ୍ଷତ

କାହାକୁ ବିପଦର ନାଲି ରଙ୍ଗ ଦେଖାଇ

କରୁଛୁ ସାବଧାନ

ଆଉ ମରଣକୁ ଉପହାର ଦେଇ 

ଗାଉଛୁ ଉପହାସର ସ୍ୱାଗତ ସଂଗୀତ।


ଆଜି ପୃଥିବୀ ଭୁଲିଗଲାଣି ଟ୍ରାଫିକର ଏ ତିନି ରଙ୍ଗ

ରେଳଗାଡିବି ଭୁଲିଯାଇଛି ସିଗ୍ନାଲ ମ୍ୟାନର

ତ୍ରିରଙ୍ଗ ବର୍ଣ୍ଣିତ ସଂକେତ ପତାକା,

ସଭିଙ୍କ ନଜର ଗୋଟିଏ

କାନ ବି ଶୁଣିବାକୁ ତତ୍ପର

କେଉଁ ସ୍ଥାନରେ ମହାମାରୀର କି ଲୀଳା

ଦେଖି ଭିନ୍ନ ଭିନ୍ନ ସ୍ଥାନର 

ସବୁଜ କମଳା ନାଲି ରଙ୍ଗର ସଂକେତ

ବଞ୍ଚିବା ବଢିବା ପ୍ରତିଯୋଜନ ଗଣ

ଗାଉଛନ୍ତି ମୃତ୍ୟୁ ସଂଜୀବନୀ ମାର୍ଗଦର୍ଶିକା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract