ସଂଘର୍ଷ ବଞ୍ଚିବାର ଏକ ରାସ୍ତା
ସଂଘର୍ଷ ବଞ୍ଚିବାର ଏକ ରାସ୍ତା
ଏଠି ସଂଘର୍ଷ କିଏ ନ କରେ ବଞ୍ଚିବାକୁ
ପ୍ରତି ମୁହୂର୍ତ୍ତରେ ଏଠି ଘେରିଛି କାଳ ତମାଶା ରଜନୀ
ଟିକିଏ ଆଲୋକର କିରଣକୁ ପାଇବାକୁ ହେଲେ
କରିବାକୁ ପଡିବ ନିଶ୍ଚୟ ସଂଘର୍ଷ
ବିନା ସଂଘର୍ଷରେ ସଫଳତାର ସ୍ୱାଦ ପାଣିଚିଆ
ଯେମିତିକି ନିଅଁ ପାଣି ପବନ ଭୂମି ଆଉ ଜଳବାୟୁର ଦାନରେ
କେମିତି ଗଢି ଉଠିଲା ଏ ଜୀବଜଗତ ଆଉ ଏ ସୁନ୍ଦର ପୃଥିବୀ
ଅନେକ କହିବେ ଆନେକ ମତ ଆଉ ଦେବେ ଅନେକ ତଥ୍ୟ
ଏ ସୁନ୍ଦର ପୃଥିବୀର ପରିକଳ୍ପନାର
ଆଉ ପିଢ଼ି ପରେ ପିଢ଼ିର ସଂସ୍କାର ଓ ଉନ୍ନତିର
ଦେଖ ସଂଘର୍ଷ କିଏ ନ କରୁଛି
ବିଜଟିଏ ଯେ ଖାଲି ଭୂମିରେ ପଡିଗଲେ ଆପଣା ଛାଏଁ ଗଛ ହୁଏନି
ତାକୁ ବି ସଂଘର୍ଷ କରିବାକୁ ପଡେ ପ୍ରକୃତି ସହ
ତେବେ ଯାଇ ସେ ହୁଏ ଦଣ୍ଡାୟମାନ ବର୍ଷ ବର୍ଷ ପାଇଁ
ଏ କଥା ବି ଆମେ ସମସ୍ତେ ଜାଣୁ ପୃଥିବୀ ଗୋଲାକାର
ଗୋଲାକାର ପୃଥିବୀର ପୃଷ୍ଟଭୂମିରେ ଯେ ସ୍ଥିର ଆମେ ମାନେ
ଧନ୍ୟବାଦ ଦେବାକୁ ହେବ ସୁର୍ଜନୀ ଶକ୍ତିଙ୍କୁ
ହୁଏତ ଏହା ହୋଇ ପାରେ ମୋ ଲାଗି ଈଶ୍ୱରଙ୍କ ଜୟ ଜୟକାର
ହେଲେ ଯୋଉଠି ଆମ ସମସ୍ତଙ୍କର ଭାବନାର ଅନ୍ତ ହୁଏ
ସେଇଠୁ ଆରମ୍ଭ ହୁଏ ସେଇ ଦିବ୍ୟ ଚିନ୍ତନ ଯାହା ଆଦୃଶ୍ୟ ଭାବରେ
ପ୍ରେରଣା ଦିଏ ଜୀବନ ବଞ୍ଚିବାକୁ ସଂଘର୍ଷର ସହ
ଆଉ କ୍ଲାନ୍ତ ଅବସନ୍ନ ପରେ ସଫଳତା କରାୟତ ହୁଏ ନିଶ୍ଚିତ
ସେ ପକ୍ଷୀ ହେଉ ଅବା ହିଂସ୍ର ଜୀବ ବାଘ ଅବା ଭାଲୁ
ନହେଲେ ବିରାଟ ହାତୀ କିମ୍ବା ଅଜଗର ସମସ୍ତେ କରନ୍ତି ସଂଘର୍ଷ
ଏହି ସଂଘର୍ଷ ହିଁ କହେ ଏକ ନୂତନତ୍ଵକୁ ଆବିଷ୍କାରର ରାସ୍ତା
ଜୀବନର ପଥକୁ ସୁଗମ୍ୟ ଆଉ ସରସ ସୁନ୍ଦର କରିବା ପାଇଁ
ଯେପରି ବିଜଟିଏ ଅଙ୍କୁରୋଦ୍ଗମ ହୁଏ ପରେ ଧରେ ଦୁଇ ପତ୍ର
ପୁଣି ପ୍ରକ୍ରିୟାକ୍ରମେ ପରିପ୍ରକାଶ ହୁଏ ପୂର୍ଣରୂପରେ ପୁଷ୍ପ ଫଳ ସହ
ପୁଣି ଦିନେ ଝଡି ପଡେ ନିଦାଘ ମାଡରେ
ସଂଘର୍ଷର କାହାଣୀକୁ ସମସ୍ତଙ୍କ ଆଗରେ କହି କହି।।
