ସଙ୍ଗାତ କେଁନ
ସଙ୍ଗାତ କେଁନ
ପୀରତି ମହନୀ ନେ ଲୁକଲୁକାନୀ ନଚା
ପୀରତି ସଙ୍ଗାତ କେନ
ତମର ପାଏଦ ଶବଦ ଆଏଲେ
ନାଡୁର ମୁଡ଼େ ବାଳ ପାଁଲିଳା
ମଲା କୁକୁର ନେ ବଫୁ ଢୁକଲା
କିନ୍ଦରି ଗଲା ମୋର ଦଶଦିଗ ।
ହଳଦୀ ଚନ୍ଦନେ ସଜେଇ ହେଇ
ଗୁରା ମୁହୁ ନେ ଲାଲ ବିନ୍ଦିଆ
ଯେନ ସମିଆ ନେ ତମେ
ମଲ୍ଲୀ ଗଛ ର ମଲ୍ଲୀ ଫୁଲେ
ଫୁଲ ଗଜରା ବନେଇ କରି
ଖୁସା ନେ ଛେପନା ଖୁଛି
ଫୁକନଳା ଥି ଫୁକି ଫୁକି
କୁହୁଳୁଥିଲା କାଏଁ ପୀରତି ମହନୀ ।
ଛମ ଛମ ତମର ପାଞ୍ଜଳ ଧୂନ
ଗହ ଗହ କଅଁହରେ ଜଳୁଥିଲା ମନ
ଗଁ ଗଁ ହେଇ ମହକୁ ଥିଲା ଇ ସଂସାର
ମହରୀ ସୁରେ କଲଜା ଛନ ଛଣା
ପାଏନ ପବନେ ତମର ଧୂନ ।
ମନ ଡାଳଥି ସପନ ଚେରେ
ବିନ ପଏନକେ ଉଡଲା କାଏଁ
କି ସପନ ଏ
ନୁରା ନୁରା ଲାଗଲାନ ଶେମେଲ ଗୁଡା
ପୀରତି ଦୁଆର ଖୁଲବ କାଏଁ
ଆଇଜ କା ବି ଜଏନ ଦେଖଲେ
ଗୁଡ଼ାଟେ ମୁଇ ବନାତି କାଏଁ ।
ଦମ ଦମଲେ ଲିସାନ ବଜା
ଖନ ଖଜନୀ ତମର ହାତର ଚୁଡ଼ି
ଆର ପୀରତି ମହନୀ କେନ ପାଇମି
ମୟୁର ପଏଣଖେଁ ଡିଆଁ ଲାଗଲା
ଚୁରି ଗଲା କାଏଁ ପୀରତି ରସ
ପୀରତି ମହନୀ ନେ ଲୁକଲୁକାନୀ
ପୀରତି ସଙ୍ଗାତ କେନ ହୋ ।
ଖପ ଖପନା ଢୋଲ ର ଖପା
ଥମ ଥମ ତୋର ଅଣ୍ଟା ମଲକା
ହଦରି ଦେଲ କାଏଁ ସେ ପୀରତି ମହନୀ
କଅଁହର ମହକ ନି ଠାଁହଁରିଲା ଜାନନି
ପୀରତି ର ମହନୀ ନେ ଲୁକଲୁକାନୀ
ପୀରତି ସଙ୍ଗାତ କେନ ଗୋ ।