Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Madhu mita

Inspirational

4  

Madhu mita

Inspirational

ସନେଟ...ଗୁରୁ ବନ୍ଦନା

ସନେଟ...ଗୁରୁ ବନ୍ଦନା

1 min
322


ଅଜ୍ଞାନତା ଅମା ଅନ୍ଧାର ଭିତରେ ଜ୍ଞାନର ଜ୍ୟୋତି ଜଳାଏ…!

ଅଜ୍ଞାନତା ଶକ୍ତ ବଳୟ ଭିତରୁ ହାତ ଧରି ଟାଣି ନିଏ…!!

ଅଜ୍ଞାନତାର ପଙ୍କ ଭିତରେ ଯେ ଜ୍ଞାନର ପଦ୍ମ ଫୁଟାଏ…!

ଅଜ୍ଞାନତାର ତିକ୍ତତା ଭିତରେ ସେ ଜ୍ଞାନ ମିଷ୍ଟାନ୍ନ ଖୁଆଏ…!!


ଜ୍ଞାନ ପ୍ରକାଶର ବଳରେ ହୁଅଇ ଯେ ଜଗତ ବିଜୟୀ…!

ଜ୍ଞାନ ଅମୃତର ସ୍ଵାଦ ଯେ ଚଖାଇ ମୂର୍ଖତା ଦୂର କରଇ…!!

ଜ୍ଞାନ ତା' ଭୂଷଣ ଜ୍ଞାନ ତା'ର ଅସ୍ତ୍ର ଜ୍ଞାନ ହିଁ ତା' ପରିଚୟ…!

ଜ୍ଞାନ ବାଣ୍ଟି ଚାଲେ ଅବିରାମ ସିଏ ଜ୍ଞାନ ପରେ ତା'ର ଲୟ…!!


ଜ୍ଞାନର ବକରେ କରେ ନାହିଁ ଭେଦ ଧନୀ ଗରୀବ ସମାନ…!

ଜ୍ଞାନ ଥିବା ଯୋଗୁଁ ଦେଶ ବିଦେଶରେ ହୁଅଇ ତା'ର ସମ୍ମାନ…!!

ଜ୍ଞାନ ଆହରଣ ଜ୍ଞାନ ବିତରଣ ଜ୍ଞାନ ହିଁ ତା' ଭଗବାନ…!

ଜ୍ଞାନ ଦେଇ ଗୁରୁ ହୁଏ ପିତୃତୁଲ୍ୟ ବ୍ରହ୍ମା ବିଷ୍ଣୁ ହର ସମ…!!


ଅଜ୍ଞାନତା ଦୂର କରି ଯେ ଖୋଜନ୍ତି ନର ଦେହେ ନାରାୟଣଙ୍କୁ…!!

ଅଜ୍ଞାନତା ହାରେ ତାଙ୍କ ପାଦ ତଳେ ପ୍ରଣାମ ସେହି ଗୁରୁଙ୍କୁ…!!



Rate this content
Log in

Similar oriya poem from Inspirational