Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prabhati Mahapatra

Inspirational

3  

Prabhati Mahapatra

Inspirational

କର୍ମ ହିଁ ମୁଖ୍ୟ କାରକ

କର୍ମ ହିଁ ମୁଖ୍ୟ କାରକ

1 min
236


କର୍ମ ଦିଏ ବଳ କର୍ମ ଦିଏ ଫଳ

କର୍ମ ସଦା ଶକ୍ତିମାନ

କର୍ମ ଦିଏ ଖ୍ୟାତି କର୍ମରୁ ମୁକତି

କର୍ମ ବଳେ ମିଳେ ପୂଣ୍ୟ ।


ମଧୁଜୀବି ଯଦି ପୁୁଷ୍ପ ଚତୁଃପାର୍ଶ୍ଵେ

ଶୟନ କରିବ ଚାହିଁ

ତା ମୁଖରେ କିବା ସ୍ଵଇଚ୍ଛାରେ ମଧୁ

ପଡ଼ିବ କି କେବେ ବୋହି ।


ବାଇ ଚଢେଇକୁ କିଏ ବସା ଦେବ

ଯଦି ନପାରେ ସେ ତୋଳି

ଧେନୁର ଉଦର କିପରି ଭରିବ

ତୃୃୃୃଣ ସଙ୍ଗେ କଲେ କଳି ।


ତୃୃୃଷାର୍ତ୍ତ ବାଟୋଇ କୂୂପ ପାଶେ ବସି

ଯଦି କରେ ଜଳ ଧ୍ୟାନ

ଶୋଷ କି ଲିଭଇ କୂପ ଗର୍ତ୍ତେ ଚାହିଁ

ନଲଭିଲେ ସନ୍ନିଧାନ ।


ଏକାଗ୍ରତା ଚିତ୍ତେ ଧ୍ୟାନ ନକରିିଲେ

ବକ କି ପାଇବ ମୀନ

ପିପୀଲାକା ଯଦି ମୌନ ବ୍ରତ କରେ

କିଏ ଦେବ ମୁଖେ ଅନ୍ନ


Rate this content
Log in

Similar oriya poem from Inspirational