ଭୁଲିପାରୁନି ମୋ ଗାଆଁ ମାଟିକୁ
ଭୁଲିପାରୁନି ମୋ ଗାଆଁ ମାଟିକୁ


ମୋ ଗାଆଁ ମାଟି ମୋ ପାଇଁ
ସରଗଠୁ ବଳି ଭୁଲି ହୁଏନା
ତା ସୌନ୍ଦର୍ଯ୍ୟମୟ ପରିବେଶ
ସାଇତା ହୋଇ ରହିଛି ଯାହା
ମୋ ମନ ମନ୍ଦିରର ସ୍ମୃତି
ରୌପ୍ୟ ଫରୁଆରେ
ପୁଲକିତ କରାଏ ପ୍ରତି କ୍ଷଣେ
ଉଲ୍ଲସିତ ଚକ୍ଷୁ ପଲକ ସଦା
ଉଠଇ ଜାଗି ଉନ୍ମାଦିନିର
ନାଦରେ ଯାଏ ବୋହି
ଚୁଲବୁଲି ଝରଣାଟି ପରି
ମହକରେ ଭରା ଜନମ ମାଟିର
ମଧୁମୟ ପ୍ରୀତି ଫୁଲି ଫୁଲି
ଉଠଇ ମାତି
ନାଚି ନାଚି ଯାଏ ତରଣୀ ସାଜି
ଭୁଲି ହୁଏନା ତାର ବିଲ ବନ
ଭରା ସମାବେଶର ଜ୍ୟୋତି
ଫୁଲ ପଳ ଭରା ସବୁଜ
ବନାନୀ ଢାଳିଦିଏ ଜାଗୃତିର
ଅଭୁଲା ସେନେହ ଚଇତାଳି
ଆଙ୍କିଦିଏ ତାରି ପ୍ରତି ଛବି