ଚିହ୍ନା ସବୁ ଏବେ ଅଚିହ୍ନା
ଚିହ୍ନା ସବୁ ଏବେ ଅଚିହ୍ନା


ଆଶା ଦୀପ ମୋର ପବନେ ଲିଭିଲା
ଜୀବନ ଅନ୍ଧାର ହେଲା,
ପୂର୍ଣ୍ଣିମୀ ଜହ୍ନକୁ ସତେ ଅବା ଆସି
ରାହୁ ଗ୍ରାସ କରିଗଲା ।
ଭାବିଥିଲି କେତେ କଥା ମୋର ମନେ
ଆଖିରେ ସପନ କେତେ,
କ୍ଷଣିକରେ ସବୁ ଧୂଳିସାତ ହେଲା
ଗ୍ରହଣ ଲାଗିଲା ସତେ ।
ପଡିଗଲା ସତେ କାହାର ନଜର
ମୋର ସୁଖ ସଂସାରରେ,
ପଥହରା ଏକ ବାଟୋଇ ପରି ମୁଁ
ଚାଲେ ଅଜଣା ରାସ୍ତାରେ ।
କିଏ ପର ଏବେ କିଏ ବା ନିଜର
ଚିହ୍ନିବା ବି କଷ୍ଟକର ,
ଚିହ୍ନା ସବୁ ଏବେ ଅଚିହ୍ନା ଲାଗନ୍ତି
ବିଚିତ୍ର ଏଇ ସଂସାର ।
ଅଜଣା ହେଲେ ବି ରାସ୍ତାରେ ଚାଲିଛି
ମନରେ ବାନ୍ଧିଛି ଆଶା,
ମରୁଭୂମିରେ ମୁଁ ଖୋଜୁଅଛି ପାଣି
ସମ୍ମୁଖରେ ମୃଗତୃଷ୍ଣା ।
ମରୁଦ୍ୟାନ ହେଉ ଅବା ମୃଗତୃଷ୍ଣା
ଆଖି ଇସାରାରେ ଯିବି,
ଜୀବନ ଯାତ୍ରାରେ ଯେତେ ଆସୁ ଦୁଃଖ
ମୁଁ ତାକୁ କୋଳେଇ ନେବି ।
*****