STORYMIRROR

pranati Mahapatra

Inspirational

3  

pranati Mahapatra

Inspirational

ନିତି ମୁଁ ବୋହୁଛି

ନିତି ମୁଁ ବୋହୁଛି

1 min
193


ନିତି ମୁଁ ବୋହୁଛି ନିଜ କାନ୍ଧେ ନିଜ 

   ଶବ ଯେ ମଶାଣି ଭୂଇଁ,

ନିଜ ହାତେ କାଠ ସଜାଡ଼ି ଦେଇ ମୁଁ

   ଜାଳୁଛି ମୋ ନିଜ ଜୁଇ,

     ଯନ୍ତ୍ରଣାକୁ ସହି ସହି

ପାଲଟି ଯାଇଛି ପାଷାଣ ପ୍ରସ୍ତର

    କାହାକୁ କହିବି କାହିଁ।

ନିତି ମୁଁ ବୋହୁଛି



ସୂରୁଜ ଉଇଁବା ଆଗୁ ବୋହୁଥାଏ

  ପୁଣି ସେ ଉଇଁବା ଯାଏ,

ସଳଖି ଚାଲିବା ଆଗୁ ବୋହିବହି

    ତଥାପି ଥକି ନ ଯାଏ,

   କା'କଥାରେ କିବା ଯାଏ

ମୋ ଭଳି ଅନେକ ଅନ୍ଧାରରେ ନିଜ

   ଶବକୁ କେ ଜାଳୁଥାଇ।

ନିତି ମୁଁ ବୋହୁଛି...




ଜନମ ବେଳରୁ ମରଣ ପର୍ଯ୍ୟନ୍ତ

   ଭାର କେବେ କମିନାହିଁ,

ନାକ ଛୁଉଁ ଥାଏ ମାଟିରେ ତଥାପି

   କା'ଆଖିକୁ ଦିଶେ ନାହିଁ।

ବାଃ ସୃଷ୍ଟି କର୍ତ୍ତା ତୁହି

କି ଲାଭ ପାଉ ତୁ କି ଯଶ ଲଭୁଛୁ

ନିତି ଜୁଇରେ ଜଳାଇ।


ନିତି ମୁଁ ବୋହୁଛି .....




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational