ସନେଟ : ଅନୁତାପ
ସନେଟ : ଅନୁତାପ
ଆଜି କାହିଁ ମନେ ହୁଏ ଅନୁତାପ ନିଆଁରେ ଜଳୁଛି ମୁହିଁ
ଅତର୍କିତ ଏହି ମୂହୁର୍ତ୍ତରେ ସତେ ଥଳ କୂଳ ପାଉ ନାହିଁ
ଅଚେତନ ମନ ଚୌପଦୀରେ ନିତି କାନ୍ଦୁଅଛି ରହି ରହି
ଶିହରଣ ସ୍ବପ୍ନ ଜୁଆର ଭଟ୍ଟାରେ ନିଜକୁ ହଜେଇ ଦେଇ ।।
ନୀରବିତ ଅବରୋହେ ପ୍ରତିଶ୍ରୁତି ସବୁ ଅପୂର୍ଣ୍ଣ ଇଚ୍ଛାରେ
ରମିବାକୁ କାର ଗୋପନ ଗହ୍ବର ମୃଦୁ ମନ୍ଦ ମଳୟରେ
ଗଙ୍ଗ ଶିଉଳି ଯେ ବନ୍ଧା ପଡିଅଛି ଅପୂର୍ଣ୍ଣତାର ଗଭାରେ
ଆଉ ତାରାମାନେ ଆକାଶରୁ ଖସି ପଡିଛନ୍ତି ପଣତରେ ।।
ଶିଶିର ବିନ୍ଦୁଯେ କପାଳେ ସିନ୍ଦୁର ଭ୍ରମ ସୃଷ୍ଟି କରୁଛନ୍ତି
ଅନୁତପ୍ତ ସର୍ଜନାରେ ତୁଛା ପ୍ରୀତି ପ୍ରଣୟରେ ଭିଜୁଛନ୍ତି
ମୂହୁର୍ତ୍ତ କେଇଟା ଯୌବନ ପାହାଚ ସବୁ ଚଢି ଚାଲିଛନ୍ତି
ଅବଶୋଷ ଆକାଶରେ ମନରେ ପଦ୍ମ ପରାଗ ରଚୁଛନ୍ତି ।।
ମହମହ ମଦହୋସ୍ ଅଟକିଛି ଅସ୍ଥାୟୀ ଉପସ୍ଥାନ ପରି
ଅବସ ଡେଣାରେ ଅପ୍ରାପ୍ତ କାରଣେ ଅଳନ୍ଦୁ ସବୁକୁ ଧରି ।।
