STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୧

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ସନେଟ -୧୨

ସନେଟ -୧୨

1 min
13.1K


ବିଷାଦ ପ୍ରହାରେ


କବିସୌରଭ ଅନୁପ ସିଂହ ଦେବ

ରାଜା ଖଡ଼ିଆଳ


ଦିନେ ବସନ୍ତ ପ୍ରଭାତେ ହର୍ଷେ ବାହାରିଲି

ସଂସାରର ସଉନ୍ଦର୍ଯ୍ୟ ମଧୁଲିଟ କେଳି

ନିରେଖି କରିବି ବୋଲି ମାନସ ନୟନ-

ତୃପ୍ତ,ପାଶୋରି ସମଗ୍ର ଅନ୍ତର କଷଣ ।।

ହସୁଥିଲା ଫୁଲରାଣୀ ବୃନ୍ତକୋଳେ ଥାଇ

ସୁରଭି ଚହଟି ଚିତ୍ତ ଦେଉଥିଲା ମୋହି ।।

ଗାଉଥିଲା ହରି ଚୂତ ମଞ୍ଜୁ ଡାଳେ ବସି

ପିଉଥିଲା ମଧୁ ଅଳି ପୁଷ୍ପ ପ୍ରେମେ ରସି ।।

ଦେଖୁଁ ଦେଖୁଁ ଗ୍ରୀଷ୍ମକାଳ ପ୍ରବେଶ ହୋଇଲା

ତପ୍ତ ଝଞ୍ଜା ବାତେ ଅଙ୍ଗୁ ନିଦାଘ ସ୍ରବିଲା ।।

ନଷ୍ଟ ହେଲା ଚାରୁ ସ୍ଥିରା ସକଳ ସୁଷମା

ପଣ୍ଡ ହେଲା ବାଞ୍ଛା ତହିଁ ଚକ୍ରୀର ମହିମା ।।

ସାରା ହ୍ଲାଦ ଧ୍ବଂସ ହେଲା ବିଶାଦ ପ୍ରହାରେ

ଭବିଷ୍ୟତ ତମୋମୟ ଦିଶିଲା ଅକ୍ଷିରେ ।।


ସମାପ୍ତ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics