STORYMIRROR

Amita Dash

Abstract Inspirational Children

4  

Amita Dash

Abstract Inspirational Children

ସ୍ନେହର ଛୁଆଁ

ସ୍ନେହର ଛୁଆଁ

1 min
181


ଭଲପାଇବା ର ପରଶ

ଲାଗେ ଭାରି ମିଠା ଆଉ ସରସ,

ସେନେହ ବୋଳା ହାତ ଛୁଆଁ

ପାଖେ ଟାଣି ଆଣେ

ମାନେନି ଜୀବଜନ୍ତୁ ଅବା ମଣିଷ

ହାତ ସିନା ନୁହେଁ ଚାଖଣ୍ଡେ କର

ମୁଠାରେ ରହିଛି ପ୍ରେମ ଭଣ୍ଡାର l

ପାଣି ମୁନ୍ଦେ ଥୁଅ ପକ୍ଷୀଙ୍କ ପାଇଁ ଛାତ ଉପର

ଅବା ଖାଇବା ଚାଉଳ ଦାଣ୍ଡ ଅଗଣାର,

ଥରେ ଜାଣିଗଲେ ସବୁ ଦିନ ଆସିବେ

ମାନିବେନି ସିଏ ଭେଦ ପର ଆପଣାର।

ଭାଷା ଜ୍ଞାନ ବି ଲୋଡା ପଡ଼ିବନି

ସ୍ନେହର ଛୁଆଁ ଟାଣି ଆଣିବ ବହୁ ପାଖର,

ପାଖେ ପାଖେ ଚାଲିବେ

ତାଙ୍କ ଭାଷାରେ କହିବେ

ଖାଦ୍ୟ ନ ଥୋଇଥିଲେ

ନିଦରୁ ଉଠେଇବେ,

ଝରକା ଠକ୍ ଠକ୍ କରିବେ l

କୁଣ୍ଡାପେଟିଆ ଖାଆନ୍ତି ଭୋଗ

ମୋ ଠାକୁର ଘରେ ପଶିକି

ଗୁଣ୍ଡୁଚି ଖେଳେ ଲୁଚକାଳି

ସଜନା ଗଛ ଆଢ଼ୁଆଳରେ ବସି,

ମୁଁ ଆସିଲା ପରେ ଆସି ଖାଇଯାଏ ଚୁଡ଼ା ଝଅଟି

ମୁଁ କାନ୍ଥ କଡ଼କୁ ଆଉଜି ସବୁ ଦେଖେ ଲୁଚିକି

ସେମାନେ ବି ହୃଦୟ ର ଭାଷା ‌ବୁଝନ୍ତି

ଅତି ଆପଣାର ସନ୍ତାନ ର ଅନୁଭବ କରାନ୍ତି l

ଜଙ୍ଗଲ, ସବୁଜିମା ଦିଅନି ନଷ୍ଟ କରି

ନିଜ ଘରଟେ ପାଇଁ ତାଙ୍କ ଦୁନିଆ ଦିଅନି ଉଜାଡି l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract