STORYMIRROR

Shreeman Anshuman Priyadarshee

Abstract Inspirational Children

4  

Shreeman Anshuman Priyadarshee

Abstract Inspirational Children

ସନ୍ଧ୍ୟା

ସନ୍ଧ୍ୟା

1 min
272


ସମୟ ତାଳରେ ତାଳ ଦେଇ ଦେଇ

ରବି ଲୁଚି ଯାଇ ଥାଏ,

ପ୍ରାଚୀ ଆକାଶଟି ରକ୍ତ ରଞ୍ଜିତ ହୋଇ

ସନ୍ଧ୍ୟାକୁ ଆମନ୍ତ୍ରିତ କରି ଥାଏ।।


ପୂରୁବ ଗଗନେ ସନ୍ଧ୍ୟାତାରା ଆସି 

ଶୁଭ ସନ୍ଧ୍ୟା କହୁ ଥାଏ,

ଚଉଦିଗ ଖାଲି କାକଳି ଶବଦେ

ମଧୁର ବାର୍ତ୍ତା ବାଣ୍ଟୁ ଥାଏ।।


ଗଉଡ଼ ପୁଅଟି ଗାଈ ଗୋଠ ଧରି

ଘରକୁ ଫେରି ଆସି ଥାଏ,

ଗାଁ ରୁ ସହର ଆଲୋକ ବତିରେ

ଚକ ମକ ହୋଇ ଥାଏ।।


ଧୂପ, ଦୀପ ଓ କର୍ପୁର ଗନ୍ଧରେ

ମେଦିନୀ ମହକି ଉଠେ,

ଘଣ୍ଟ,ବାଜା ଓ ଶଙ୍ଖ ଧ୍ବନିରେ

ଦେବାଳୟ କମ୍ପି ଉଠେ।।


ସଞ୍ଜ ଆଲୁଅରେ ଚଉରା ମୂଳଟା

ଭାରି ମନୋହର ଦିଶେ,

ପୁରାଣ ଶବଦେ ଆଧ୍ୟାତ୍ମିକ ଭାବ

ଚାରି ଆଡେ଼ ଭରି ଉଠେ।।


ଆକାଶ ମଝିରେ ତାରାଗଣ ମଧ୍ୟେ

ଜହ୍ନ ମାମୁଁ ହସୁ ଥାଏ,

ଅତୀତର ସ୍ମୃତି ମନ ସାଗରରେ

ଢେଉ ଖାଲି ଖେଳୁ ଥାଏ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract