Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bhagaban Otta

Classics Others

4.5  

Bhagaban Otta

Classics Others

ସନ୍ଧ୍ୟା ଆଳତି

ସନ୍ଧ୍ୟା ଆଳତି

1 min
272


ସନ୍ଧ୍ୟା ଆଗମନ ହୋଇ ଆସିଲାଣି 

ଅନ୍ଧକାର ଦିଶେ ମହୀ,

କୁଳ ଭୁଆସୁଣୀ ଧୂପ ଦୀପ ବାଢି

ପଢେ ଭାଗବତ ବହି ।


ଶୁଭ ସନ୍ଧ୍ୟା ବେଳେ ହାର୍ଦ୍ଧିକ ଶୁଭେଚ୍ଛା

ଘେନ ମୋର ବନ୍ଧୁ ବର୍ଗ,

ଜଗନ୍ନାଥଙ୍କ ର ଝରୁ ଶୁଭାଶିଷ

ମର୍ତ୍ତ୍ୟ ଭୂମି ହେଉ ସ୍ୱର୍ଗ

ମର୍ତ୍ତ୍ୟ ଭୂମି ହେଉ ସ୍ୱର୍ଗ ।


ଆହେ ଜଗନ୍ନାଥ ଜଗତର ନାଥ

କରୁଣା ଟିକିଏ କର,

ମାୟା ବନ୍ଧନରୁ ଅଧମ ଜନଙ୍କୁ

ଉଦ୍ଧାର କର ଶ୍ରୀ ଧର ।


କେହି ରହିବେନି ମିଛ ଦୁନିଆ ଏ

ଏତ ଚିରନ୍ତନ ସତ୍ୟ,

ଗର୍ବ ହିଂସା ଦ୍ୱେଷ ପରିତ୍ୟାଗ କଲେ

ମିଳିବ ମୁକତି ପଥ ।


ଯେତେ ଦିନ ମନ ସଂସାରରେ ଅଛୁ

ଭଜୁଥା ଚକାନୟନ,

ମିଛ ଦୁନିଆରେ ତୁମେ ଏକା ସତ୍ୟ

ବୈକୁଣ୍ଠେ ପାଇବୁ ସ୍ଥାନ ।


କରୁଥିଲେ କର୍ମ ଅର୍ଜୁଥିଲେ ପୁଣ୍ୟ

ଯେ ଧନ ହୁଅଇ ପ୍ରାପ୍ତ,

ଧନ ବଳବାନ ପ୍ରାପ୍ତେ ସୁଖାସନ

ତୋଷ ହ୍ଵନ୍ତି ଜଗନ୍ନାଥ ।


ପ୍ରଭୁ ଜଗନ୍ନାଥ ଆଶିଷର ଝର

ଝରୁ ଥାଉ ଝର ଝର,

କରୁଣା କଟାକ୍ଷେ ଘୁଞ୍ଚୁ ଭୟ ଭ୍ରାନ୍ତି

ସୁଖୀ ହୁଅ ବନ୍ଧୁ ବର

ସୁଖୀ ହୁଅ ବନ୍ଧୁ ବର ।


Rate this content
Log in

Similar oriya poem from Classics