STORYMIRROR

Sarmistha Palai

Classics

4  

Sarmistha Palai

Classics

ସ୍ନାନ କରୁଛି ମୋ କାଳିଆ ହାତୀ

ସ୍ନାନ କରୁଛି ମୋ କାଳିଆ ହାତୀ

1 min
292


ସ୍ନାନ ମଣ୍ଡପରେ କାଳିଆ ବସିଛି

  ଭାଈ, ଭଉଣୀଙ୍କ ସାଥେ

ସୁନା କୂଅ ଜଳେ ସ୍ନାହାନ କରିବ

  ଦର୍ଶନ କରିବେ ଭକ୍ତେ।


ପାପ, ତାପ ସବୁ ଦୂର ହୋଇ ଯିବ

  ଦେଖିଲେ କାଳିଆ ନୀତି

ଦାରୁବ୍ରହ୍ମ ହୋଇ ସ୍ନାନ ସେ' କରୁଛି

  ମାନିକି ସଂସାର ରୀତି।


ଶହେ ଆଠ ଗରା ପାଣିରେ ତ' ପରା

  ଗାଧାଏ କାଳିଆ ହାତୀ

ଶରୀରକୁ ତାର ଟିକେ ବି' ଜଗେନି

  ଭକତ ପ୍ରେମରେ ମାତି।


ଦ୍ୱାପର ଯୁଗରେ ଗୋପିଙ୍କ ବସନ

  କାହ୍ନୁ ଚୋରି କରିଥିଲା

ତାଙ୍କର ସ୍ନାହାନ ଦେଖିଥିଲା ବୋଲି

  ଅଭିଶାପ ପାଇଥିଲା।


କଳି ଯୁଗରେ ଜଗନ୍ନାଥ ବେଶେ

  ନୀଳ କନ୍ଦରେ ନିବାସ

ତାହାର ସ୍ନାହାନ ଜଗତ ଦେଖିଲା

  କରିଥିଲା ବୋଲି ଦୋଷ।


ମାନବ ଜୀବନେ ଯାହା ଘଟି ଥାଏ

  ପ୍ରଭୁ ହୋଇ ସିଏ କରେ

ଅଣସର ଘରେ ଜ୍ବରରେ ଶୋଇବ

  ରହିବ ନିତି ପଥିରେ।


ଜ୍ବରରେ ପାଟିକୁ କିଛି ରୁଚିବନି

  ଖାଇବ ସେ' ଫଳ, ମୂଳ

କେତେ ଯନ୍ତ୍ରଣା ମୋ' ଧନ ଯେ' ପାଇବ

  ଭାବି ମୋ' ମନ ବିକଳ ।


Rate this content
Log in

Similar oriya poem from Classics