STORYMIRROR

Surjyakanta Dash

Tragedy Inspirational

3  

Surjyakanta Dash

Tragedy Inspirational

ସମୟର କରାଳରେ

ସମୟର କରାଳରେ

1 min
213


ସମୟ ମିଳିଲେ

ଟିକେ ଦେଖିଆସ ଶ୍ମଶାନକୁ ଯାଇ 

କେତେ ଯେ ଅହଂକାର

ପୋଡ଼ି ପାଉଁଶ ହୋଇଯାଇଛି

ନିଜ ଲୋକ ବି ପ୍ରଶ୍ନ କରନ୍ତି

ମୃତ ଲୋକକୁ 

ଶ୍ମଶାନରେ ପହଞ୍ଚାଇ ଦେଇ

ଆଉ କେତେ ସମୟ ?

କେତେ ସମୟ ଲାଗିବ ପୋଡିବାକୁ ?

ସମୟ ମିଳିଲେ

ଟିକେ ପଚାର ନିଜକୁ

କେତେ ସମୟ

ଛାଡି ଚାଲିଆସିଛ ପଛରେ

ଆଉ କି ଫେରିବ ?

ଅଫେରନ୍ତା ପଥ ସିଏ

କେତେ କେତେ ଅନ୍ତରଙ୍ଗ ମୁହୂର୍ତ୍ତ

ମାନ ଅଭିମାନ

ସୁଖ ଦୁଃଖ

କାଟି ଦେଇଛ ଅତୀତରେ

ସେଇ ତ ସମୟ

ଟିକ୍ ଟିକ କରି ଚାଲିଛି

ଅନବରତ

ବାଆଁରୁ ଡାହାଣକୁ

ତାକୁ ଅଟକେଇବ ବା କିଏ ? 

ସ୍ୱପ୍ନମାନେ ସବୁ ଭାସନ୍ତି

ପାହାନ୍ତି ସକାଳେ

ଅବା 

ଧୁନ୍ଦଲା ଆଖିରେ

ଝାପସା ଝାପସା ସବୁ ଝାପସା

ଏହି ମୁହୂର୍ତ୍ତରେ

ସମୟର କରାଳରେ

ଆଜି ମୁଁ ମୃତ

ସମୟର ଟିକ ଟିକ ଶବ୍ଦରେ...


     


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy