ସମୟର ଦାନ
ସମୟର ଦାନ
ହୁଁ ! ସମୟ ସହିତ ଚାଲିବାକୁ ହେବ
ଉଠାଣି ଗଡାଣି ତ ଆସିବ ଆସୁଥିବ
ହୁଁ ! ତାଳ ଦେଇ ଦମ୍ଭ ନେଇ ହେବ କି ?
ସମ ତାଳରେ ଆଗେଇ ହେବ କି ?
ମୁଁ କହିଲି ----
ଉଠାଣି ଗଡାଣି ପରା ସିଡି ସୋପାନ
ସମୟର ପରୀକ୍ଷା ନୀରୀକ୍ଷା ଯନ୍ତ୍ରମାନ
ଆଗେଇବାର ଖୋରାଜ ଦେଦୀପ୍ଯମାନ
ହୁଁ ! ଆଗକୁ ଆଗକୁ ମାଡି ଚାଲିବାକୁ ହେବ
ସୁନ୍ଦର ସ୍ମୃତିକୁ ପଛକୁ ପେଲି ଦେଇ
ହୁଁ ! ମଧୁର ସ୍କୃତି ଅତୀତର ଗୀତି ଭୁଲିହେବ କି ?
ଆଗକୁ ବଢେଇଥିବା ପାଦ ପଛେଇ ହେବ କି ?
ମୁଁ କହିଲି --
ସ୍କୃତି ପରା ରୂପା ଥାଳିଆ ପୂର୍ଣ୍ଣମୀ ଜହ୍ନ
ନିରୋଳାରେ ପାଇଲେ କରାଏ କନ କନ
ଛୁଇଁବାକୁ ମନେ ମନେ ପାଗଳ ଲେଲିହାନ
ହୁଁ ! ସ୍ମୃତି ସବୁ ପରା ମରିଚିକା ଭେଳିକି
ଦୁର୍ବଳ ମନର ମୌଖିକୀ ସାଙ୍କେତିକୀ
ହୁଁ ! ଗୋଡେଇବାକୁ ପଡ଼େ କେଜାଣି କାହିଁକି ?
ପଛେ ପଛେ ଧାଇଁବାକୁ ପଡ଼େ କାହିଁକି ?
ମନରେ ଆତ୍ମାରେ ଅନନ୍ତ ଆକୁଳତା
ବ୍ୟାକୁଳତା ପଶେ କେଜାଣି କାହିଁକି ?
ମୁଁ କହିଲି--- ---
ଭାବନା ପ୍ରବଣ ଜୀବନ ପ୍ରସ୍ରବଣ ଅକାରଣ
ଭାବି ଭାବି ଭାବୁକ ଚାବୁକ କୁହୁକ ଆମନ୍ତ୍ରଣ
ଖୁସି ମିଳୁଛି କ୍ଷଣିକ ଅଳିକ ସଂସାରୀ ଚାରଣ
ମୁଁ ପୁଣି କହିଲି -- ---
ସଂସାର ଭିତରେ ରହିବ ପୂରା ପକ୍କା ସଂସାରୀ
ନିଜ ସଂସାର ଭିତରେ ବୁଡିବ ଉଠିବ ଆଜ୍ଞାକାରୀ
ଅନ୍ୟ ସଂସାରୀ ପରିବାରୀ ଉପରେ
ମିଛି ମିଛିକା ଆଡ଼ରୂଷା ଗଳା ଙ୍ଖକାରୀ
ଲମ୍ବା ଚଭଡ଼ା କୁର୍ତ୍ସା ରଚନା ରଟନା ଅତ୍କାରୀ
କିନ୍ତୁ ମୌକା ମିଳିଗଲେ ଚଉକା ଛକା ମାରି
ଡେଇଁ ଯିବାକୁ ଲକ୍ଷ୍ମଣରେଖା ହେବନି ଡ଼େରି
ହୁଁ ! ସବୁ ସମୟର ଦାସାନୁ ଦାସ କିଂକର
ସମୟ ଆଗରୁ ସମୟ ପରେ ହୁଏନା କିଛି
ସବୁ ପରା ବିଧି ନିର୍ଦ୍ଦିଷ୍ଟ ସାରଣୀ ହେବାର
ମିଛଠାରେ ଖାଲି ଘାଣ୍ଟି ହେଉଛେ ଆମେ
ଜୀବନ ତରଣୀ ପାରି କରିଦେ ଉଜାଣି ବୈତରଣୀ
ସବୁ ତାଙ୍କରି ଲୀଳା ଖେଳା ସମୟର ଦାନ ମାତର ।