STORYMIRROR

Eli Mohanty

Fantasy Others

3  

Eli Mohanty

Fantasy Others

କଣ୍ଟ

କଣ୍ଟ

1 min
13.5K


କେବେ କେବେ କାହାର ଦି'ପଦ କଥା ସ୍ନେହରେ କୋଳକୁ ଟାଣିନେବା ପରି ଲାଗେ। ଓଦା ହୁଏ ଆଖି ପତା ସିନା ପଣତଟେ କଣ ସହଜରେ ମିଳେ !!

ଆଜି ଅଞଳି ଅପାଙ୍କୁ ଭଲ ଲାଗିଥିବା ମୋର ଗୋଟିଏ ପୁରୁଣା କବିତା ଯାହା ୨୦୧୦ ର କୋଉ ଗୋଟିଏ ରବିବାର ସମ୍ବାଦ ପୃଷ୍ଠା୍ରେ ସ୍ଥାନ ପାଇଥିଲା ମନେ ନାହିଁ । ଅପାଙ୍କ ପାଇଁ ଲେଖିଦେଲି ଏଇଠି କାନ୍ଥରେ । ସମୟ ରହିବନି ହେଲେ ସ୍ମୃତି ଦିନେ ହସ ଲୁହ ଭିତରେ ଆମକୁ ମନେପକେଇଦବ ଆଜିର ସମୟକୁ ...


ପିଠିରେ ପିଠିଏ ଖରା ଲଦି

ରାଜ ରାସ୍ତାରେ ଦୈାଡୁଛି ବୈଶାଖି....!

ମେଘର ଅଗଣାରେ ଫୋପାଡି ଦେଇ ଆସିଛି

ତା' କଜ୍ୱଳ, ସିନ୍ଦୁର, ଘୁଙ୍ଗୁର...

ନାଲି ଓଢଣୀ ପଡିଛି ଯାଇ

ମୁଣ୍ଡରେ ହାତ ଦେଇ

ହିଡରେ ବସିଥିବା ଚାଷୀର ଆଖିରେ ।

ବାଦଲ ଦେଇଛି ବଇନା

ଆସିବ ସେ-

ଗଢା ସରିଲେ ମହଣେ ଖରାର ମୁକୁଟ

ଧୁମ ଭିଜେଇବ ବୈଶାଖିର ଫଟା ଓଠକୁ

ସଂଜୁଆ ମଲ୍ଲୀର ମହକ ବୋଳି.....

ଦୈାଡୁଛି ବୈଶାଖି

ପୁରେଇବାକୁ କଣ୍ଟ

ମଝିରେ ମଝିରେ

ଛତରା ପବନ ମୁହଁକୁ ଥୁକି ଦଉଛି

ପୁଳେ ଝାଂଜି.......


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy