STORYMIRROR

Eli Mohanty

Others

5.0  

Eli Mohanty

Others

ମୋ ମୁହଁରୁ କେହି ପୋଛିଦିଅ ଧୂଳି

ମୋ ମୁହଁରୁ କେହି ପୋଛିଦିଅ ଧୂଳି

1 min
13.9K


ମୋ ମୁହଁରୁ କେହି ପୋଛିଦିଅ ଧୂଳି

ମୁଁ ହେବାକୁ ଚାହେଁ ପବନ....

ଏକଦମ୍ ନିରୁତା........!

ଇଚ୍ଛା ହେଲେ,

ଖରା ପିଠିରୁ ଉତ୍ତାରିନେବି ଛାଲ

କାକରକୁ ପିନ୍ଧେଇବି

କଷି ଶୀତର ଲାଜ........!

କେବେ ଫୁଲକୁ ମାଗିବି ଅତର

କଣ ନେବି ମେଘଠୁ.....?

ସେ ଭାରି ଅସ୍ଥିର ।

ମୋ ଭୋକ ହେବ ଲାଲ ରଂଗର

ପାପ ନୀଳ

ସ୍ୱପ୍ନ ବାଇଗଣୀ

ହଁ-

ତୁମେ ଚାହିଁଲେ ଦେଇପାର

ଦି' ଟୋପା ଲୁହ ରଂଗ

ଯାହା ଭାରରେ ତୁମେ କ୍ଳାନ୍ତ......

ଭାବିନିଅ-

ଲୁହ ଦେଇ ସାରିବା ପରେ

ତୁମେ ନିଜେ ପାଲଟିଯିବନି ତ ପବନ ......!!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍