ଶିମିଳିପାଳ
ଶିମିଳିପାଳ
କିଛି ଚିହ୍ନା ଚିହ୍ନା ବିସ୍ମୟ ନେଇ
ଛୁଇଁଥିଲି ତାକୁ
ମୋର କାହାକୁ ବି
ଆଂକି ରଖିବାର ନାହିଁ ଆଖି ରେ
ବିଲକୁଲ ପଛକୁ ନ ଫେରି
କହିଥିଲା ଲୁଲୁଂ ର ପାଣି
ମୁଁ ହଜୁଥିଲି ତା ସାନ୍ଧ୍ରତା ରେ
ସେ ମଗ୍ନ ଅନ୍ୟମନସ୍କତା ରେ
ବିବସନା ହେଉଥିଲା ଧୀରେ ଧୀରେ...
କୁହୁଡିମଖା ଗୋପନୀୟ ରାସ୍ତା ରେ
ଦୋହଲୁ ଥିଲା
ଛାଇ ଛାଇ ଅନ୍ଧାର.....
ଶାଳ ବଣର ବାସି ଶେଯ ରୁ
ଖୁବ ସଂକୋଚ ରେ ଉଠୁଥିଲା ଖରା
ଯାଉ ଯାଉ କହିଗଲା
ପ୍ରେମ ସବୁଠୁ ବେଶି
ପ୍ରତାରଣା ରେ ଇ ତ ଥାଏ....।
ମୁଁ ଚମକିଗଲି ତା ହସ ରେ
କୁହୁଡି ର ବହଳ ପୋଷାକ ଭିତରୁ
ବାହାରି ସେ ପାଲଟି ଯାଉଥିଲା
ବରେହିପାଣି ର ପ୍ରପାତ
ଯୋରନ୍ଦା ର ଜଲଧାର......।
ତା ହସ ର ଶବ୍ଦ ରେ
ଅଟକି ଯାଇଥିଲା
ବାଘ ର ପନ୍ଞ୍ା
ହାତୀ ର ଶବ୍ଦ
ଠେକୁଆ ମୟୂର ମୃଗଂକ ଆଖି
ଖଇରିବୁରୁ
ମେଘାସନୀ ର ମନ୍ତ୍ରୋଚ୍ଚାରଣ ରେ ମଗ୍ନ ମୁଁ
ସେ ଦୁଇ ହଜାର ସାତ ଶହ ପଚାଶ
ସ୍କୋୟାର କିଲୋମିଟର ଶାଗୁଆ ଶାଢୀ କୁ
ସଜାଡିନେଇ କହିଲା
ଫେରି ଯା......
ପ୍ରେମ ରେ କାହାକୁ ବି
ବାନ୍ଧି ରଖିବାକୁ ମୁ୍ଁ ଚାହେଁନା........!!