STORYMIRROR

Eli Mohanty

Others

5.0  

Eli Mohanty

Others

ଚିତ୍ର ଆଖିର ବାଘ : ୩

ଚିତ୍ର ଆଖିର ବାଘ : ୩

1 min
13.7K



ଜଂଗଲର ଅନେକ କାହାଣୀ

ଅନେକ ରହସ୍ୟ......!!

ବୁଝିପାରେନି ବାଘ....

ନିଜ ଭିତରର ବିକଳପଣ ହିଁ

ଆପଣେଇ ନିଏ ଅନ୍ୟର ଦୁଃଖ

ଦୁଇ ଭ୍ରୁଲତା ମଝି ଆକାଶରେ

ଅବେଳରେ ଅସ୍ତ ହେଇଯାଏ ସୂର୍ଯ୍ୟ.....

ପ୍ରଜାପତି ଧରିବାକୁ ଖୋଜୁଥିବା ପୁଅଟିର ହାତ

ଖୋଜି ଯାଏ ବାପ ପାଇଁ ପଣସ ପତ୍ର...!!

କିଛି ଶାଗୁଆ ନିର୍ଜନତା ଧରି ସାରା ଖରାବେଳ

ଅପେକ୍ଷାରେ ରହେ ନଈ ପଠା

ବାହୁନି ବାହୁନି କାନ୍ଦେ କପୋତ

ଭାଂଗି ପଡିଥିବା ପକ୍ଷୀ ବସା ସଜାଡିବା ପାଇଁ ନୁହେଁ

ବରଂ ଆପଣା ଚୁଲୀ ପାଇଁ ଜାଳ କରିବାକୁ

ଲମ୍ବି ଆସେ ହାତ.....!

ଦେଖତ,

ନିଜ କକ୍ଷରୁ ଖସି ପଡୁଥିଵା ତାରାକୁ ବି

କେହିଜଣେ ମନକାମନା ପୂରଣର ପ୍ରାର୍ଥନା କରିପାରେ...?

ଏତେ ଅସହାୟତା ବୁଝେନି ବାଘ...।

ତା' ଭିତରେ ଜୀବନ୍ୟାସ ପାଉଥାଏ

ତାର ପ୍ରିୟତମ ଶତୃ

ପ୍ରତି ପଲକପାତରେ ସେ ତାକୁ ହତ୍ୟା କରେ

ପର ମୁହୂର୍ତ୍ତରେ ତାକୁ ପ୍ରେମକରିବସେ।

ବାଘର ପ୍ରେମ ତା' ହୁଂକାର ରେ ତିଆରି ହୁଏ

ଛୁଁ ଛୁଁ ଭାଂଗିପଡେ

ବାଲିଛତୁ ପରି......!

ଏମିତି ବାଘ ସେ,

ଅତି ନୃଶଂସ...ଭୟଂକର

କେବଳ ପ୍ରେମରେ ତିଆରି......!!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍