STORYMIRROR

Eli Mohanty

Others

5.0  

Eli Mohanty

Others

ତୁମେ ଚାହୁଁଚ ବିସ୍ତୃତି

ତୁମେ ଚାହୁଁଚ ବିସ୍ତୃତି

1 min
13.7K


ତୁମେ ଚାହୁଁଚ ବିସ୍ତୃତି

ମୁଁ ଚାହୁଁଚି ମୁକ୍ତି

ପାର୍ଥକ୍ୟ ଅଛି ନା.....!

ଶୁଣିଛି

ପୁଣ୍ଯ ପାଇଁ

ନିର୍ବାଣ ପାଇଁ କି

ଇତିହାସ ପାଇଁ

କେହି କେହି ପାଲଟିଯା'ନ୍ତି ରାସ୍ତା.....??

ଠିକଣା ଟିଏ କରି

କେବେ ଆଶ୍କେଷି ନିଅ ମୋତେ,

ମୋ ପାଖରେ ଅଛି

ଋତୁ ନଥିବା ସମୟର ଯନ୍ତ୍ରଣା ଓ

ତୁମକୁ ଖୁବ ଭଲ ପାଉଥିବାର ବିବଶତା !

ମୋର ସବୁ ଅସହାୟତାକୁ ଅଳତା କରି

ଆଂକିପାରନ୍ତିକି ଯୋଡିଏ ପାଦ ଚିହ୍ନ

ତୁମ ଧୂଳିମୟ ଛାତିରେ.....!

କେଜାଣି କାହା ପାଦ ପ୍ରତୀକ୍ଷାରେ

ଆଜି ମୁ୍ଁ ଗୈାତମୀ.....!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍