STORYMIRROR

Eli Mohanty

Others

5.0  

Eli Mohanty

Others

ଏ ରାତି ଖୁବ ଗୋପନ ଓ ଗହିର

ଏ ରାତି ଖୁବ ଗୋପନ ଓ ଗହିର

1 min
14.3K


ଏ ରାତି ଖୁବ ଗୋପନ ଓ ଗହିର

ଯେତେ ବାନ୍ଧିଲେ ବି ଖୋଲିଦେଉଛି

ହୀରାର ଛାତି ବାରମ୍ବାର...!

ପ୍ରଖର ନିଶ୍ବାସ ଛୁଇଁଯାଉଛି

ନାଭିପଦ୍ମ

ଓଠରେ ଭରିନେଉଛି ଅମୃତକୁମ୍ଭର ଭାର

ସୁବର୍ଣବିନ୍ଦୁ ଚଉପାଶେ ଜଳୁଛି

ଶୀତଳ ତୃଷ୍ଣା

ଆପେ ଖୋଲିଯାଉଛି ନୀବିବନ୍ଧ ଡୋର...।

ଶୂନ୍ୟରୁ ସଂଚରେ ତା'ର

ହାତପାଦ

ପବନରେ ଗଢେ ପଞ୍ଚେନ୍ଦ୍ରିୟ

ନିଷ୍ଠୁର ବ୍ୟାଧର ଅଂଗୁଳି ଯୋଚୁଅଛି ଶର

ସ୍ପର୍ଶମାତ୍ରେ ଗର୍ଭଗୃହଦ୍ୱାରେ ସ୍ତିମିତ ଶିଖାର

ନୀଳ ହାହାକାର...!

କ୍ଳାନ୍ତ କୁଣ୍ଡଳିନୀ ନିସ୍ତେଜ ଶରୀର

ଚକ୍ଷୁପ୍ରଦେଶରେ ଉର୍ଣ୍ଣନାଭ ବୁଣୁଅଛି

ସ୍ୱପ୍ନ-ମାୟାଜାଲ

ପଞ୍ଚମନ ଲୋଡୁଅଛି ନିସ୍ପ୍ରଭ ଅନ୍ଧାର..........!!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍