Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Eli Mohanty

Others

3  

Eli Mohanty

Others

ଜାଣେନା କିଏ

ଜାଣେନା କିଏ

1 min
6.8K


ଜାଣେନା କିଏ

ମାଟିରଂଗ ଭୋକରେ ମିଶେଇଛି

ଆକାଶ ର ନୀଳ....

ତିଆରୁଛି ନୂଆ ରଂଗ ଉଡାଣର......!

ସବୁ ବନ୍ଧନ କାଟି ଉଡିଯାଇଛି କୁନି ପକ୍ଷୀ....

ଦେଖ-

ମୋର ସାରା ଦେହ ନୀଳ ରଂଗ

ଅଥଚ ମୁଁ ଆକାଶ ନୁହେଁ.....

ଏଇତ

ପ୍ରତୀକ୍ଷାଟିଏ ଦେହରେ ଗୁଡେଇ

ଏବେ ରାସ୍ତା ପରି ଦିଶୁଛି ମୁଁ.....

ଏଠି ରଂଗର ମାନେ କିଛି ନାହିଁ..!!

ସ୍ୱପ୍ନ ଓ ଶିହରଣର ଋତୁରେ

ଅନାବୃତ୍ତ କରନି ଶବ୍ଦକୁ

ଆହତ ରଂଗରେ ପୋଡିଯିବ ପାପୁଲି !

ଆସ-

ଏଥର ମୁଁ ତୁମକୁ

ଏ ଯାଏ ଝଡି ପଡିଥିବା ମୋର

ପ୍ରତିଟି ଚେହେରା ର ରଂଗ ଦେବି

ନୂଆ କିଛି ନୁହେଁ

ସଫା ଚାହାଣିଟିଏ ମାଖୁଛି ମୁହଁରେ

କିଏ ଜାଣେ କୋଉ ରଂଗ ନେଇ

ଫେରିବ କୁନି ପକ୍ଷୀ..........!!


Rate this content
Log in