STORYMIRROR

Eli Mohanty

Others

5.0  

Eli Mohanty

Others

ଚିତ୍ର ଆଖିର ବାଘ - ୨

ଚିତ୍ର ଆଖିର ବାଘ - ୨

1 min
13.7K


ହିସାବ ଜଣା ନାହିଁ ଜଂଗଲକୁ...

ଜଣା ନାହିଁ କେତେ ରକ୍ତପାତ ଭିତରେ ବି

ଗଜୁରି ଉଠେ ଜୀବନର ମଞ୍ଜି

ଆକାଶ ଚିରାଚରିତ ବାଟରେ ଅଡେଇ ନିଏ

ସକାଳ ଓ ଖରାଵେଳ

କାଠ ହଣାର ଠକ୍ ଠକ୍ ପରି

ଛାତି ଭିତରେ ଖୋଳା ଚାଲିଥାଏ ଆୟୁଷ

ପାହାଡରୁ ପ୍ରତିଧ୍ୱନିତ ନିଜ ନାଁ ସହ

ଫେରୁଥାଏ ସୂର୍ଯ୍ୟାସ୍ତର ଏକାକୀତ୍ୱ

ଏ କଥା ବି ଜଣା ନାହିଁ,

କେତେ ବିଭତ୍ସ ହେଲା ପରେ ଯନ୍ତ୍ରଣା,

ଦେହର ଉପାୟୁଧ ସବୁ ଜଳି ଉଠି

ପାଲଟି ଯାଆନ୍ତି ଚିତ୍କାର...!!

ଅସଂଖ୍ୟ ଅଭିଯୋଗ ପରେ ବି କେମିତି

ଆଖି ଫେରେଇ ଆଣି ହୁଏନି

ଆଣ୍ଠୁ ଦରଜଠୁ,

କାହିଁକି,

ପୋକରା ଦାନ୍ତକୁ ଚାଳରେ ଫୋପାଡି

ଇଚ୍ଛାହୁଏ ମୂଷା ନେଲା କି ନାହିଁ ଦେଖିବାକୁ !

ଗୁରୁଣ୍ଡି ଗୁରୁଣ୍ଡି ଖାଇଥିବା ମାଟିର ହିସାବ

ସବୁବେଳେ ଭୁଲ ହେଇଯାଏ

ବାରମ୍ବାର ନିଜର ଦୋଷ ଛଡେଇବା ପାଇଁ

ଖୋଲି ଦେବାକୁ ହୁଏ ଈହ-ପର-ପୂର୍ବର ସର୍ବ ବ୍ୟାପି ଆଁ...

ଜୀବନ ବାଘ ପାଲଟିଯାଏ !!

ବାଘ ପୋଷାମାନେ

ବାଘ ପ୍ରେମ କରେ

ବାଘ ସାରା ରାତି କାନ୍ଦେ

ଦର୍ପଣ ଶିଳାରେ ନିଜ ପ୍ରେମକୁ କଚାଡି

ରକ୍ତ ଚାଟେ......

ଆଉ

ବାଘ ଯେବେ ବାଘ ହେଇ ଘୁରିବୁଲେ ଜଂଗଲରେ

ଜଂଗଲ ଠିକ

ଜଂଗଲ ଜଂଗଲ ଲାଗେ......!!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍