STORYMIRROR

Eli Mohanty

Others

2  

Eli Mohanty

Others

ପାଦେ ମାଟିର ଆଗ୍ରହକୁ

ପାଦେ ମାଟିର ଆଗ୍ରହକୁ

1 min
13.5K


ପାଦେ ମାଟିର ଆଗ୍ରହକୁ

ଥାପି ଦେଇଛି ଅନ୍ତରୀକ୍ଷରେ,

ଶୂନ୍ୟରୁ ଶୂନ୍ୟତର ଏବେ ମୋ ଘୂର୍ଣ୍ଣନ

ଜାଣେନା କୋଉ ଦିଗକୁ ଯାତ୍ରା ମୋର

କୋଉ ଦିଗରେ ପ୍ରଜ୍ୱଳିତ ଅଗ୍ନିପୁରୁଷର ପାଦ !

ମୋ ବିପରୀତରେ ସବୁବେଳେ ଉଚ୍ଚାରିତ ମୋ ଭାଗ୍ୟ !

ଦ୍ୱାର ଖୋଲିଲେ

ଲହଡି ଭାଂଗୁଛି ସମୁଦ୍ର

ସାରା ଆକାଶରେ ଛାଇଯାଇଛି

ଘୁଂଘୁର ପିନ୍ଧା ଯୋଡିଏ ରାଧାପାଦ

ହେଲେ-

ଦେଖତ କେଡେ ନିସ୍ୱ ମୁଁ,

ମୋର ମୋର କହି ମୁଠେଇ ଧରିଛି

ବଂଶୀରୁ ଝରିପଡିଥିବା ଗୋଟିଏ ନୀଳ ଶବ୍ଦ !!

ବିନା ଛନ୍ଦ ଲୟ ତାଳରେ ବି

ଏବେ ଗୋଟିଏ ମାହାରୀ ନୃତ୍ୟ ମୁଁ

ଖେଦି ଯାଉଛି ବ୍ରହ୍ମାଣ୍ଡ ବ୍ରହ୍ମାଣ୍ଡ .......

ଶବ୍ଦ ଓ ସମୁଦ୍ରର କମ୍ପନ ଭିତରେ

ଜାଣେନା କେତେକ୍ଷଣ ସାଇତି ପାରିବି

ଜଳବିମ୍ବ !!


Rate this content
Log in