STORYMIRROR

Eli Mohanty

Others

5.0  

Eli Mohanty

Others

ଚିତ୍ର ଆଖିର ବାଘ :

ଚିତ୍ର ଆଖିର ବାଘ :

1 min
13.8K



ନିଆଁ ପରି ରାତି

ହୁତ ହୁତ ଜଳୁଛି ,ଜାଳୁଛି ନୀରବରେ

ତରଳୁଛି ଜଂଗଲର ଯୈାବନ......

କୋଉ ପକ୍ଷୀର ସ୍ୱର କେଜାଣି

ଏ ସମୟରେ ଶୁଭୁଛି ଆର୍ତ୍ତନାଦ ପରି

ପବନ ଢାଂକିରଖୁଛି ଜଂଗଲର

ଅନାଵୃତ ବକ୍ଷୋଜ...

ବାଘ ପରି କିଛି ପ୍ରଖର

ଦୈାଡୁଛି ଧମନୀରେ......!!

ସାରା ଜଂଗଲ ଖେଦି ଯାଉଛି ବାଘ !

ବାଘ ପାଇଁ,

ରାତିଟିଏ ଜଳିଯିବା

ଭୁଲ ନୁହେଁ.....

ପାପ ନୁହେଁ......

ବରଂ ସେ ପ୍ରଶ୍ୱାସ ପରି ଛାତି ଭିତରେ ଗୁଡେଇ ଗୁଡେଇ ଘୋଷାରି ଆଣୁଛି

ଜଂଗଲର ସବୁ ରାସ୍ତା

ଯୋଉଠି ପାଦ ଥାପି ଥାପି ଫେରୁଛି ତା ପ୍ରେମିକା.......!!


Rate this content
Log in