STORYMIRROR

ବି. ନିରୁପମା

Fantasy Inspirational

4.9  

ବି. ନିରୁପମା

Fantasy Inspirational

ଭାରି ହୁନ୍ଦର ସେ ଜାଣେ

ଭାରି ହୁନ୍ଦର ସେ ଜାଣେ

1 min
14.1K


ବନ୍ଧୁ ଭାବେ ତାକୁ ଭାବରେ ଡାକିଲେ

ସିଏ ବି ଆପଣା ମଣେ ,

କିଏ ସାନ, ବଡ଼-ଧନୀ କି ଗରିବ

ଏ କଥା ମନେ ନ ଆଣେ ...


ଭାରି ହୁନ୍ଦର ସେ ଜାଣେ ;

କେ ମାଗିବା ଆଗୁ ,ଯାଚି ଦିଏ ସବୁ

କା' ପାଶୁ ଛଡ଼ାଇ ଆଣେ ।(୦)


ବାଲ୍ୟ ସଖା ବୋଲି ସୁଦାମାକୁ ସେ ତ

ସବୁକିଛି ଯାଚି ଦେଲା ,

ବିଦୁରର ଘରେ ଶାଗ ଭାତ ଖାଇ

ଭାବରେ ବିହ୍ଵଳ ହେଲା।

ଶବରୀଠୁଁ ଖାଇ ଅଇଁଠା କୋଳି ସେ

ଯାଚି ଦେଲା ସ୍ୱର୍ଗ ସୁଖ ,

ଦେବକୀ,ଯଶୋଦା ପୁତ୍ରପଣେ ପାଇ

ପାସୋରିଲେ ସବୁ ଦୁଃଖ ।

ବନ୍ଧୁ ମହାନ୍ତିକୁ ଭୋଗ ଯାଚି ଦେଇ

ଧରାଇଲା ଚୋର ପଣେ ।(୧)


ଭାରି ହୁନ୍ଦର ସେ ଜାଣେ ;

କେ ମାଗିବା ଆଗୁ ,ଯାଚି ଦିଏ ସବୁ

କା' ପାଶୁ ଛଡ଼ାଇ ଆଣେ ।



ସାଲବେଗ ଡାକ ଶୁଣି ବହୁଦୂରୁ

ଅଟକାଇ ଦେଲା ରଥ ,

ଆଉ କାହା ଲାଗି,ସାକ୍ଷୀ ଦେବାପାଇଁ

ହେଲା ସାକ୍ଷୀ ଗୋପୀନାଥ ।

ପାନେ ପାଇଲାରୁ-ଗୀତା ପଣ୍ଡାଙ୍କୁ ସେ

ଭାର ବୋହି ନେଇ ଦେଲା ,

ଏଡ଼େ ଲୋଭୀ ପୁଣି ଦାସିଆ ବାଉରୀ

ନଡ଼ିଆ ଛଡ଼ାଇ ନେଲା ।

ହେଲେ ମୋତେ କିଆଁ ଆଡ଼ ନୟନରେ

ଚାହେଁନାହିଁ ପର ମଣେ ।(୨)


ଭାରି ହୁନ୍ଦର ସେ ଜାଣେ ;

କେ ମାଗିବା ଆଗୁ ,ଯାଚି ଦିଏ ସବୁ

କା' ପାଶୁ ଛଡ଼ାଇ ଆଣେ ।

ବନ୍ଧୁ ଭାବେ ତାକୁ ଭାବରେ ଡାକିଲେ

ସିଏ ବି ଆପଣା ମଣେ ,

କିଏ ସାନ, ବଡ଼-ଧନୀ କି ଗରିବ

ଏ କଥା ମନେ ନ ଆଣେ ।।



ବି. ନିରୁପମା

ମାମୁରିଆ, ଛେଣ୍ଡିପଦା,ଅନୁଗୋଳ।


Rate this content
Log in

Similar oriya poem from Fantasy