STORYMIRROR

ବି. ନିରୁପମା

Fantasy Tragedy

4.5  

ବି. ନିରୁପମା

Fantasy Tragedy

କେ ଆଉ ଡାକିବ ତୋତେ

କେ ଆଉ ଡାକିବ ତୋତେ

1 min
12.5K


ତୋ ଉପରେ ଏତେ ଭରସା କଲାରୁ

ମୁହଁ ମୋଡୁଅଛୁ ମୋତେ ,

ଗୁମର ଯେତେକ ଖୋଲି କହିଦେବି

କେ ଆଉ ଡାକିବ ତୋତେ !(ଘୋଷା)


ଆପଣାର ଭାବି,ଭାବରେ ଡାକିଲେ

କପଟ କରୁଛୁ ଭାରି ,

ଭକତ ବାନ୍ଧବ ବୋଲାଇ ବୋଲାଇ

ମହତ ଦେଉଛୁ ସାରି ।

ବଡ଼ଦିଅଁ ବୋଲି ,ତୁଚ୍ଛାଟାରେ ଖାଲି

ହୁରି ପଡୁଅଛି ଏତେ ।(୧)


ଗୁମର ଯେତେକ ଖୋଲି କହିଦେବି

କେ ଆଉ ଡାକିବ ତୋତେ !

ଦୟାମୟ ବୋଲି ନାଆଁ ବହିଅଛୁ

ଲୋକ ଦେଖାଣିଆ ଖାଲି ,

ଷାଠିଏ ପଉଟି ଭୋଗ ଖାଇଦେଇ

ଏଉଡ଼ି ମାରୁଛୁ ହଲି ।

ସେଇଥିରେ ପୁଣି ଏଡ଼େ ମୁହଁ ଟାଣ

ଯେମିତି କାମିକା କେତେ ।(୨)


ଗୁମର ଯେତେକ ଖୋଲି କହିଦେବି

କେ ଆଉ ଡାକିବ ତୋତେ !

ତୋ ଉପରେ ଏତେ ଭରସା କଲାରୁ

ମୁହଁ ମୋଡୁଅଛୁ ମୋତେ ,

ଗୁମର ଯେତେକ ଖୋଲି କହିଦେବି

କେ ଆଉ ଡାକିବ ତୋତେ....

କେ ଆଉ ଡାକିବ ତୋତେ ।।



ବି. ନିରୁପମା

ମାମୁରିଆ, ଛେଣ୍ଡିପଦା,ଅନୁଗୋଳ।


Rate this content
Log in

Similar oriya poem from Fantasy