STORYMIRROR

Prasanta kumar Hota

Fantasy

3  

Prasanta kumar Hota

Fantasy

କଳ୍ପନାରେ -25

କଳ୍ପନାରେ -25

1 min
11.8K



ତୃଷ୍ଣା ତ ମେଣ୍ଟିନି ତୋ ରୂପ ରଙ୍ଗରୁ

ଆଉଟିକେ ରହିଯାଅ

ପାହାନ୍ତା ପ୍ରହର ହୋଇଛି ମାତର

ଯିବା କଥା କାହିଁ କୁହ


ପୁଣି ଅପେକ୍ଷାରେ ଦିନ ଦାହୁଥିବ

ରାତିକୁ ଆହୂତ କରି

ପ୍ରଶ୍ନବାଚୀ ସଦା ପ୍ରଣୟରେ ଶ୍ରଦ୍ଧା

ଅନୁରାଗେ ଅନୁସରି।


ଆଉଟିକେ ମୋତେ ରହିବାକୁ ଦିଅ

ତୁମ ଅଙ୍କ ଆଶ୍ରିତରେ

ଚନ୍ଦ୍ରମାକୁ ତୁମ ଦେଖିବି ନିମିଷେ

ନିବିଡ ଆଶ୍ଳେଷ ଭରେ।


ପ୍ରଶାନ୍ତ କୁମାର ହୋତା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy