STORYMIRROR

Bikhyat Bihari Mishra

Fantasy Others Romance

3  

Bikhyat Bihari Mishra

Fantasy Others Romance

ସନ୍ଦେହୀ ପ୍ରିୟା

ସନ୍ଦେହୀ ପ୍ରିୟା

1 min
13.9K


କେତେଦିନ ପରେ ସହପାଠିନୀଟେ

ଦେଖା ହୋଇଗଲା ମୋର

ମନକଥା ଖୋଲି କହିଦେଲି ପୁଣି

ଶୁଣିଲି କଥାକୁ ତାର...।

ଦୁଃଖ ସୁଖ କଥା ହେଉଥିଲି କେତେ

ଭାବି ତାକୁ ଆପଣାର

ଘରଣୀ ଭାବିଲେ ସିଏ ପୂର୍ବତନ

ପ୍ରେମିକା ଅଟେ ମୋହର...।

ଘରକୁ ଫେରିଲା ବେଳକୁ ବସିଲେ

ମୁହଁକୁ ପୁରା ଫୁଲେଇ

ଯେତେ କହିଲି ସେ ସହପାଠିନୀ ମୋ

ଜମାରୁ ବୁଝିଲେ ନାହିଁ...।

ବଜାରୀ ଭାଡୁଆ ଏମିତି ଯେତକ

ବିଶେଷଣ ଲଗାଇଲେ

ଏତେ ଦିନ ଘର କଲେଣି ମୋ ସାଥେ

ହେଲେ ମତେ ନ ଚିହ୍ନିଲେ...।

ବୁଝାଇ କହିଲି ଶୁଣ ଆଗୋ ପ୍ରିୟା

ସନ୍ଦେହ ମନରୁ ତେଜ

ତୁମ ଛଡା ମୋର ନଥିଲେ ଟି କେହି

ନାହାନ୍ତି ବି କେହି ଆଜ...।

ଦିନଟେ ଋଷିଲେ ବୁଝିଲେନି ଜମା

ଶୋଇଲେ ମୁହଁ କୁ ମାଡି

ପରଦିନ ରାଗ ଥମିଲ ତାଙ୍କର

ଲାଞ୍ଚ ଦେଲି ଯେବେ ଶାଢ଼ୀ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy