STORYMIRROR

Bikhyat Bihari Mishra

Romance

2  

Bikhyat Bihari Mishra

Romance

ପ୍ରେମ

ପ୍ରେମ

1 min
13.9K


ପ୍ରେମର ବାଟରେ ଥାପିଛି ପାଦକୁ

କରୁଛି ପ୍ରେମ ମୁଁ ନୂଆ

ଭୋକ ଶୋଷ ସବୁ ଭୁଲି ମୁଁ ଗଲିଣି

ଲାଗୁନି ହେଲେ ଅଡୁଆ...

ଶୁଣିଚି ପ୍ରେମଟା କରେ ଛଟପଟ

ଆଖିରୁ ଝରାଏ ଲୁହ

ମତେ କିନ୍ତୁ ପ୍ରେମ ଦେଉଅଛି ଶାନ୍ତି

ଛୁଟାଇ ଖୁସିର ସୁଅ...

ଏମିତିକା ପ୍ରେମ କରୁଛି ଦୁନିଆଁ

ଯାହା ପଛେ ଭାବୁଥାଉ

ପ୍ରେମ ଛଡା ମୋର ଆଉ କିଛି କାମ

ନାହିଁ କି ସତରେ ଆଉ??

ହ୍ରୁଦୟ ଟା ଥିଲା ଉଡା ଚଢେଇଟେ

ପ୍ରେମରେ ମାନିଚି ପୋଷା

ପଞ୍ଜୁରୀ ଦୁଆର ଖୋଲିଦେଲେ ଆଉ

ଉଡିବାର ନାହିଁ ଆଶା...

ପ୍ରେମିକାର ଆଖି ସାଥେ ଯେବେ ମୋର

ଆଖିଟା ମିଶେଇ ଦିଏ

ଲାଗେ ମତେ ସବୁ ଦୁନିଆଁ ର ସୁଖ

କ୍ଷଣିକରେ ମିଳିଯାଏ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance