STORYMIRROR

Bikhyat Bihari Mishra

Romance

2  

Bikhyat Bihari Mishra

Romance

ମନେପଡେ

ମନେପଡେ

1 min
13.5K


ପୁଣି ଶ୍ରାବଣର ବରଷା ଛିଟାକୁ

କାଲୁଆ ଥଣ୍ଡା ପବନ

ଏତେବେଳେ ତୁମେ ମନେପଡ଼ ପ୍ରିୟା

ଅସମ୍ଭାଳ ହୁଏ ମନ...

ବାଦଲ ଗରଜେ ବିଜୁଳି ଚମକେ

ଥରି ଉଠେ ମୋର ଛାତି

କେମିତି ଥିବଗୋ ହୃଦୟର ରାଣୀ

ଇଏ ତ ବରଷା ରାତି...

ଅଭିମାନ କରି ଏମିତି ଗଲଯେ

ଫେରିଲନି ଥରେ ଆଉ

ବିରହେ ଜଳୁଛି ଉଦାସେ ବସିଛି

ଯେତେ କାମ ପଛେ ଥାଉ...

ତୁମେ ଆପଣାର ହୋଇ ବୁଝିଲନି

କାହାକୁ କହିବି କୁହ

ଚିତ୍କାର ସିନା ମୁଁ ପାରୁନାହିଁ କରି

ଆଖିରେ ଭରିଛି ଲୁହ...

ରାଗ ରୁଷା ପ୍ରେମ ଜୀବନର ସବୁ

ଗୋଟିଏ ଗୋଟିଏ ଅଂଶ

ତୁମେ ବୁଝିଲନି ମନ ମୋର ଆଜି

ନୁହେଁ ମୋ ନିଜର ବଶ...

ତୁମ ସ୍ମୃତି ଯେବେ ମନେମୋର ଜାଳେ

ବିଚ୍ଛେଦର ଏକ ଜୁଇ

ଏମିତି ଜଳୁଛି ଆଉ ଜଳୁଥିବି

ସବୁଦିନେ ତୁମପାଇଁ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance