STORYMIRROR

Bikhyat Bihari Mishra

Inspirational Others

2  

Bikhyat Bihari Mishra

Inspirational Others

ଲାଭ ନାହିଁ ଲୁହ ଝାରି

ଲାଭ ନାହିଁ ଲୁହ ଝାରି

1 min
13.2K


ଲୁହ ଝରାଇଲେ କିଏ ବା ବୁଝିବ

କିବା ଅଛି ଦୁଃଖ ମନେ

ଦୁନିଆ ବୁଝେନି ପ୍ରେମ ପ୍ରୀତି ଆଉ

ପ୍ରତାରଣାର କି ମାନେ??

ଅଯଥା ଭିଜିବ ଦେହଟା ଲୋତକେ

ବଢିବ କଷଣ ସିନା

ଏଣୁ ଲୁହ ପିଇ ବଞ୍ଚିବାକୁ ପଡେ

ନହୋଇ କି ଆନମନା...।

ଲୁହ ଝରାଇଲେ ଯଦି ହେଉଥାନ୍ତା

ସତରେ ଦୁଃଖ ଲାଘବ

ନିତି ମୁଁ କାନ୍ଦନ୍ତି ମନେ ପକାଇ ସେ

ପୁରୁଣା ପୀରତି ଭାବ...।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational