STORYMIRROR

Bikhyat Bihari Mishra

Others

2  

Bikhyat Bihari Mishra

Others

କରିବିନି ଅଭିଯୋଗ

କରିବିନି ଅଭିଯୋଗ

1 min
13.8K


ବେଶୀ କହିଦେଲି ଆଜି ଆଉ ଜମା

କରିବିନି ଅଭିଯୋଗ

ଯାହାଦେବ ତୁମେ ଭାବିଵି ସେତିକି

ପଡ଼ିଛି ସିନା ମୋ ଭାଗ....

ଦୁଃଖଦିଅ ପଛେ ଆହେ ଦୟାମୟ

ଏତିକି କରେ ଗୁହାରି

ସହିବାକୁ ଦିଅ ଅମାପ ଶକତି

ଯିବି ନାହିଁ କେବେ ହାରି...

ଗର୍ବ ଅହଂକାର ଯଦି ଅଛି ମନେ

ନେଇଯାଅ ସବୁ ଦୂରେ

ଲୋଡ଼ାନାହିଁ କିଛି ଖାଲି ଲୟ ରହୁ

ତୁମରି ଦିବ୍ୟ ପୟ ରେ...

ସପନରେ ନିତି ଆସୁଥାନ୍ତ ଯଦି

ଦେଖୁଥାନ୍ତି ମନଭରି

ଚାଳଘରେ ମୋର ପଡନ୍ତା ଚରଣ

ଦିଅନ୍ତି ଥରେ ପଖାଳି...

କେବେମନେ ଆଶା ପୁଣି ତ ନିରାଶା

ସବୁତ ଭରୁଛ ତୁମେ

ତୁମକୁବା ପ୍ରଭୁ କିଆଁ ଦୋଷ ଦେବି

ସବୁତ ଲେଖା କରମେ...

ଯୋଗୀଟିଏ ମତେ କର ମହାପ୍ରଭୁ

ବୁଲୁଥିବି ବଡ଼ଦାଣ୍ଡେ

ଆଉ ଲୋଡିବିନି ସଂସାରର ସୁଖ

ଦୁଃଖୀ ହେବିନାହିଁ ଦଣ୍ଡେ...

ଛଡ଼ାତୁଳସୀରେ ପାଣିପାଇବାକୁ

ସତେକି ହୋଇବ ଭାଗ୍ୟ??

ଟଂକ ତୋରାଣିରେ ତୋଷିବାକୁ ମନ

କରିଦିଅ ମତେ ଯୋଗ୍ୟ ..!!

ଜାଣି ପାରିଛି ମୁ ଜଗତରସୁଖ

ନୁହେ ଜମା ଚୀର ସ୍ଥାୟୀ

କ୍ଷଣିକେ ଉଭେଇ ଯିବସେ କୁଆଡେ

ମିଛେ ହେବି ନାହିଁ ଵାଇ...

ଆଉ ଝୁରିବିନି ସଂସାର ରେ କାହା

ସ୍ନେହପ୍ରେମ ପାଇଁ ତିଳେ

ଏବେ ମୁ ତୁମର ତୁମେ ପ୍ରଭୁ ମୋର

ବୁଡିବି ଭାବର ଜଳେ...

ତୁମଦରବାରେ ଏତେ ଭେଦଭାବ

ରଖ ନାହିଁ ମହାପ୍ରଭୁ

ଜଗତ ରେ ଖୁସି ଯେତେ ବାଣ୍ଟି ଦିଅ

ସମସ୍ତଙ୍କୁ ମିଳୁ ସବୁ...!!


Rate this content
Log in