STORYMIRROR

Bikhyat Bihari Mishra

Others

2  

Bikhyat Bihari Mishra

Others

ନାରଣ ଭାଇ ର କାର୍ତ୍ତିକ ବ୍ରତ

ନାରଣ ଭାଇ ର କାର୍ତ୍ତିକ ବ୍ରତ

1 min
11.2K


ନାରଣ ଭାଇଟା କାର୍ତ୍ତିକ ମାସରେ

ରହିଚି ପାଟି କୁ ଚାପି,

ଧରମ ମାସଟା ବୋଲି ହିଁ କେବଳ

ଖୋଲିନି ବୋତଲ ଠିପି ।।


ବର୍ଷ ସାରା ତାର ଏଗାରଟା ମାସ

ନାଲିପାଣି ପେଟେ ଯାଏ,

ଘରକଥା ତାର ଚୁଲିକୁ ଵି ଯାଉ

ଚାଖଣା କୁ ବାଇ ହୁଏ ।।


ଘରଣୀ ପିନ୍ଧୁଚି ଚିରା ଫଟା ପୁଅ

ଖାଉଛି ତା ଚୁଡାଗୁଣ୍ଡ,

ନାରଣ ଭାଇ ର କେମିତି ପିଇବ

ଖଟୁଚି ସର୍ବଦା ମୁଣ୍ଡ ।।


ଏବେ ଶରଧାରେ କାର୍ତ୍ତିକ ମାସରେ

ଯାଉଛି ନିତି ମନ୍ଦିର,

ଘରେ ଏଣେ ତାର ଜୀବନ୍ତ ଦେବୀ ଟା

ହେଉଥାଏ ହତାଦର ।।


ମାଆକୁ କରିଚି ଭାଗବାଁଟ ସିଏ

ରହିବ ମାସେ ତା ପାଶେ,

ଭାଇ ସାଥେ ବାଦ ଲଗେଇ କହୁଛି

ରଖିବିନି ପୁରା ବର୍ଷେ।।


କିଛିଦିନ ପରେ ଛାଡଖାଇ ଠାରୁ

ହବ ତା କଚେ ପ ବାର,

ବ୍ରତ ଓଷା ସବୁ ଏବେ ଦେଖାଣିଆ

ଭାଟି ରେ ମନ ଟା ତାର ।।


ବୁଝେଇଲେ ତାକୁ ମଦ ଛାଡିବାକୁ

ଓଲଟା ଜବାବ ଦିଏ

ଦେବତା ପିଅନ୍ତି ସୋମରସ ଏଠି

ମଣିଷ ବା ଛାର କିଏ ?


ବୁଡିଗଲା ଗୋଡ଼ ତଳକୁ ତଳକୁ

ଗାଲୁଆ ତ ବୁଝେ ନାହିଁ,

ବଥ ଉଠିଥିଲେ ଅଲାଜୁକ ପଣେ

କହୁଥାଏ ସିଏ ଛାଇ ।।


ମାଇପର ଯାହା ଥିଲା ଅଳଙ୍କାର

ପିଇଚି ବନ୍ଧା ପକେଇ

ଏବେ କିଛି ନାହିଁ ତଥାପି ପିଉଚି

ଟାଉଟରି ଆପଣେଇ ।।


ମାଗି ଯାଚି ପିଏ ବେଳ ଅବେଳ ରେ

ପର ଗୋଡ଼ ହାତ ଧରି,

ବେଳ ଥାଉଁଥାଉଁ ଭଲ କଥା ଯଦି

ଯାଆନ୍ତା ସିଏ ସୁଧୁରି ।।


********************

ବିଖ୍ୟାତ ବିହାରୀ


Rate this content
Log in