STORYMIRROR

Akshayakumar Dash

Fantasy Others

3  

Akshayakumar Dash

Fantasy Others

ତୋଟା-୪

ତୋଟା-୪

1 min
12.6K


ବଇଶାଖ ମାସ ଖରାରେ,

ତାତି ଉଠୁଥିଲା ଧରାରେ।

ଯାଉଥିଲି ଚାଲି ପାଟ ରେ,

ଘୁରିଗଲା ମୁଣ୍ଡ ବାଟରେ।

ଉପାୟ ନଥିଲା ହାତରେ,

ପ୍ରାଣ ବଂଚିବାକୁ କାତରେ।

ଗଛଟିଏ ଦିଶେ ଆଗରେ,

ବସିଗଲି ଯାଇ ବାଗରେ।

ଛାଇ ପାଇହାଇ ଆସେରେ,

ମଳୟ ପବନ ବାସେରେ।

ଭୋକ ଶୋଷ ଭୂଲି ଭୋଳରେ,

ଶୋଇଗଲି ତ।‘ର କୋଳରେ।

ସପନ ଦେଖିଲି ସତେ କି,

ଗଛ କହୁଥିଲା ମତେ କି।

ଦିଏ ନାନା ଜାତି ଫଳକୁ,

କୁହେ ଖାଅ ପାଅ ବଳକୁ।

ଡାଲିମ୍ବ କମଳା କଦଳୀ,

ବଣର କୋଳି ଆମ୍ବ ଭଳି।

ମହୁ ଝରୁଥିଲା ପାଟିରେ,

ଖାଉଥିଲି ହାତ ଚାଟିରେ।

ବାଘ ଭ।ଲୁ ହାତୀ ସାଥିରେ,

ଦିନ ଗଡ଼ିଗଲା ମ।ତିରେ।

ଝରଣାଟି ଝରି ଆସେରେ,

ମହୁଲଟି ପଡ଼ି ବାସେରେ।

ଲୁଚିଛପି ଆସେ ରାତିରେ,

ଶୋଇ ପଡେ ବନ ମାତିରେ।

କ।କଳି ଶବଦେ ସକାଳେ,

ହଜିଗଲା ନିଦ ଅକାଳେ।

ଗଛ ଛାଇ ତଳେ ଶୋଇଛି,

ବେଲବୁଡ଼ି ସଂଜ ହୋଇଛି।

ମଥା ପିଟି କହେ ଗଛକୁ,

ସବୁକାମ ଥାଉ ପଛକୁ।

ବନ ଜଙ୍ଗଲଟି ଗଢିବି,

ତୋ କୋଳରେ ନିତି ବଢିବି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Akshayakumar Dash

Similar oriya poem from Fantasy