STORYMIRROR

ପ୍ରଶାନ୍ତ କୁମାର ବେହେରା

Fantasy Others

5.0  

ପ୍ରଶାନ୍ତ କୁମାର ବେହେରା

Fantasy Others

ସ୍ୱପ୍ନ ଓ କଳ୍ପନାର ପ୍ରୀତିସୁଖ

ସ୍ୱପ୍ନ ଓ କଳ୍ପନାର ପ୍ରୀତିସୁଖ

1 min
12.4K


ସମୁଦ୍ରର ଅଗାଧ

ଘନନୀଳ ଜଳରାଶି

କେବେ କ'ଣ

ମେଣ୍ଟାଇ ପାରିଛି

କାହାର ତୃଷ୍ଣାକୁ ?


ଝରା ଶ୍ରାବଣର

ବାଦଲ ଫଟା ବର୍ଷାରେ

ସମ୍ପୂର୍ଣ୍ଣ ଭିଜି ଭିଜି

କେବେ କ'ଣ

ଥଣ୍ଡା ପଡିଛି

କାହା ଦେହର

କାମନାରେ ଜର୍ଜରିତ

ଉତ୍ତାପ ସବୁ ?


ନିର୍ଜନ ରାତ୍ରିର

ଗଭୀର ନିଦ୍ରାରେ

ଖୁବ୍ ଖୁସିରେ

ମସଗୁଲ୍ ହୋଇ

ଦେଖୁଥିବା ଅବୈଧ

ସ୍ୱପ୍ନ ଗୁଡିକରେ

କେବେ କିଏ କଣ

ପାଇ ପାରିଛି କି

ଆତ୍ମତୃପ୍ତିରେ ଭରା

ବାସ୍ତବ ରମଣ ସୁଖ ?


ଅବାଧ କଳ୍ପନାରେ ଆସୁଥିବା

ପ୍ରେମ ପ୍ରଣୟରେ ଭରା

ଯେତେ ସବୁ ଅବାସ୍ତବ ଭାବନା

କେବେ କ'ଣ ଚରିତାର୍ଥ କରିଛି

କାହା ଶରୀରରେ ଉଠୁଥିବା

ଅଦମ୍ୟ ପିପାସାକୁ ?


ମୁଁ କିନ୍ତୁ ଖୁବ୍ ଖୁସିରେ

ସମୁଦ୍ରର ବିଶାଳତା ସାମ୍ନାରେ

ଢେଉ ମାନଙ୍କ ସହ ନାଚି ନାଚି

ଝରା ଶ୍ରାବଣରେ ଭିଜି ଭିଜି

ମୋ ପ୍ରେମିକାକୁ ଜଡିତ କରି

ସମସ୍ତ ଅବୈଧ ସ୍ୱପ୍ନ ଆଉ

ଅବାଧ କଳ୍ପନା ମାନଙ୍କ

କଥା ଭାବି ଭାବି

ପ୍ରେମ ମଧୁ ପାନ କରି

ଦେହ ମିଳନର ପ୍ରୀତି ସୁଖ

ଲୁଟି ନେଇଥାଏ l


ପ୍ରଶାନ୍ତ କୁମାର ବେହେରା

ଅଧ୍ୟାପକ , ରାଜନୀତି ବିଜ୍ଞାନ ବିଭାଗ,

ସ୍ୱାମୀ ବିବେକାନନ୍ଦ ସ୍ମାରକ ସ୍ୱୟଂଶାସିତ ମହାବିଦ୍ୟାଳୟ,

ଜଗତସିଂହପୁର l

ଦୂରଭାଷ - ୯୪୩୭୧୩୫୯୧୬


Rate this content
Log in

Similar oriya poem from Fantasy