STORYMIRROR

Prasanta kumar Hota

Fantasy

3  

Prasanta kumar Hota

Fantasy

କଳ୍ପନାରେ -23

କଳ୍ପନାରେ -23

1 min
12.3K



ତୁମ ସ୍ମୃତି ଯେତେ ରହିଛି ହୃଦୟେ

ଭୁଲି ନାହିଁ ତୁମ ହସ

ମାଘୁଆ ଶୀତରେ କାକର ପଡିଛି

ପାଇବିକି ତୁମ ବାସ


ତୁମ ପାଦ ଚିହ୍ନ ଯାଆନ୍ତାକି ମିଳି

ଦେଖୁଥାନ୍ତି ନିତି ବସି

ମନ ତଟିନୀର ବାଲୁକା ବେଳାରେ

ଗୋପନେ ରଖନ୍ତି ଆସି।


ମନେ ପଡିଗଲେ ଆସୁଥାନ୍ତି ପାଶେ

ଦେଖୁଥାନ୍ତି ତୁମ ଚିହ୍ନ

ସରଗ ରାଇଜୁ ଆସିବକି ଫେରି

ଜାଣିଛି ଏସବୁ ସ୍ଵପ୍ନ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy