ଫୁଲରାଣୀ
ଫୁଲରାଣୀ
ମନ୍ଦାର ଗୋ ତୁମେ
ଫୁଲରାଣୀ
ମୋ ମନକୁ ଆଜି
ନେଲ କିଣି
ବାସ୍ନାହୀନ ତୁମେ
ରୂପବତୀ
ତୁମ ପାଶେ ବନ୍ଧା
ମୋର ମତି l
ସୂର୍ଯ୍ୟଙ୍କ ସ୍ଵର୍ଣ୍ଣାଭ କିରଣରେ
ଆଷାଢ଼ ମାସର
ମେଘୁଆ ପାଗରେ
ଶୀତଳ ପବନେ
ନାରଙ୍ଗୀ ରଙ୍ଗରେ
ଅପୂର୍ବ ଶୋଭାରେ
ହସ ତୁମେ କିରିକରି l
ଉଦାସୀ ମୋ ମନ
ଆଶାରେ ଉଚ୍ଛୁଳେ
ସପନ ଜଗାଏ
ନିଦ ହଜିଯାଏ
କଳ୍ପନାରେ ଯାଏ ବୁଡି l
ପ୍ରଶାନ୍ତ କୁମାର ବେହେରା
ଅଧ୍ୟାପକ , ରାଜନୀତି ବିଜ୍ଞାନ ବିଭାଗ,
ସ୍ୱାମୀ ବିବେକାନନ୍ଦ ସ୍ମାରକ ସ୍ୱୟଂଶାସିତ ମହାବିଦ୍ୟାଳୟ,
ଜଗତସିଂହପୁର l
ଦୂରଭାଷ - ୯୪୩୭୧୩୫୯୧୬
( ଆମ ବଗିଚାରେ ଫୁଟିଥିବା ଫୁଲକୁ ନେଇ )
