ମରୀଚିକା
ମରୀଚିକା
ପବନ ତ’ ପାଚେରୀ ହୋଇ ଛିଡାହେଲା
ତୁମ ମୋ ଭିତରେ
କେମିତି ଛୁଇଁଥାନ୍ତି ଯେ -
ତୁମ ରେଶମୀ କେଶକୁ ,
ଢ଼େର ସାହସ ନେଇ ବଢ଼ାଇଲି ହାତ ଯଘଟିଗଲା ଅନେଶତ ବସ୍ଫୋରଣ ତୁମ ମୋ ମଧ୍ୟରେ ।
ଏକା ଏକା ଦୋଷୀ ହୋଇଗଲି ମୁଁ
ତୁମ ଦେହର ବାସ୍ନା ମୋ ଦେହକୁ ଛୁଇଁ ଥିବାରୁ,
ଗୁପ୍ତରେ ବେଶ୍ କେଇଫୁଟ୍ ଜାଗା ମୋ ମନରୁ
ଲୁଣ୍ଠିତ ହେବାରୁ
କାଳେ କଣ ଭାବିବ ବୋଲି ପଚାରିଲିନି
ତୁମ ନାଁ ଘରର ଠିକଣା ,
ମନେ ହେଲା ତୁମ ନାଁ ହୋଇଥିବ ବୋଧେ ଅନନ୍ୟା ।
ଢ଼େର୍ ବେଶୀ ମନହୁଏ ତୁମ କଳାଘୁମର ଚଗଲି ଆଖିରେ ବୁଡି ମରିବାକୁ ,
ଅଜାଣତେ ତୁମ ଆଖି ଉପରକୁ ନଇଁ ପଡୁଥିବା
କେରା କେରା ରେଶମୀ କେଶକୁ
ଚୁପକିନି ଛୁଇଁ ଦେବାକୁ
ସ୍ୱପ୍ନରେ ସିନା ତମେ ଜହ୍ନ ହୋଇ ଛିଣ୍ଡିପଡ ମୋ ଛାତି ଉପରେ ,
ରାତି ପାହିବା ବେଳକୁ ତୁମେ ଖାଲି
ମରୀଚିକା ଆଉ ମରୀଚିକାଟିଏ ।।
-----
ପ୍ରକାଶ ରଂଜନ ପରିଡ଼ା
ନିଶିପ୍ରଦୀପ, ଅଶୋକନଗର, ବାତୋ, କେନ୍ଦୁଝର
Mobile- 9438080583
E mail- litp.ranjan@gmail.com