STORYMIRROR

Prasanta kumar Hota

Fantasy Others

3  

Prasanta kumar Hota

Fantasy Others

କଳ୍ପନାରେ-1

କଳ୍ପନାରେ-1

1 min
11.6K


ବୋହେ ଅବିରତ ନହୁଏ ବିରତ

ପ୍ରେମ ଝରଣାର ଧାରା

ଝରୁଥାଏ ସିଏ ଦୂରନ୍ତ ଦିଗରୁ

ହୃଦୟରେ ନୁହେଁ ହାରା


ସତେକି ପାଇଛି ପ୍ରେମର ପାରଣା

ଦେବା ପାଇଁ ହୁଏ ବଣା

ମୁଁ ଯେଉଁ ପଥିକ ନୁହେଁ ତା ପାଥକ

ପ୍ରତି ପଥେ ହୁଏ ଟଣା


ନିଃସଙ୍ଗତା ମୋର ଖୋଜୁନାହିଁ କାହି

ତା ପ୍ରେମ ଶ୍ରାବଣ ବର୍ଷା

ନିରୋଳା ଅନ୍ଧାରେ ଧରା ଦେଇ କହେ

ରହିଛି ଏବେ ବି ଆଶା


ଚଞ୍ଚଳରେ ଯେବେ ଆଞ୍ଚଳ ତା ଖୋଲେ

ଢାଙ୍କିଦିଏ ନିଜ ହାତେ

ପଚାରେ ଅଧିରେ ପଡିଯିବି ଯଦି

କୋଳ କରିବକି ମୋତେ


କହିପାରେ ନାହିଁ ଝାଉଁଳି ମୁଁ ଯାଏ

ଦେଉଥିଲେ ହସ ଧାରା

ସାଦରେ ପଚାରେ ଏତେ ଡର କାହିଁ

ମୁଁ ତୁମ ପ୍ରେମରେ ପରା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy