"ସମୟର ଅନ୍ତରାଳେ "
"ସମୟର ଅନ୍ତରାଳେ "
ନିରୋଳାରେ କରଇ ତପସ୍ୟା
ପ୍ରାଣ ମୁଗ୍ଧ ଚେତନାରେ ,
ହେ ସମୟ ...
ଆଜି କାଲି ତୁଠ ତୁମେ ଲଙ୍ଘୁଥାଅ
ତୁମେ ପଛେ ବହିଯାଅ , କାଳ ଇଙ୍ଗିତରେ ,
ଅବଜ୍ଞାତେ ହେଉ ପଛେ
ହସ୍ତାକ୍ଷର କରିଦିଅ , ଏ ଭଗ୍ନ ଶିଳାରେ ।୧।
ଆସିଅଛ ପୁଣି ଲେଉଟି ଯାଇଛ
କରି କରାଘାତ କକ୍ଷର ଦ୍ଵାରରେ ,
ହେ ସମୟ ...
ଛପି ଛପି ତୁମ ଅନ୍ତରାଳେ
ସମ୍ମୋହନେ ବିବେକ ମରିଛି , ବର୍ଣ୍ଣିଳ ବିଭାରେ ,
ଅନେକ ଅହମିକା ଭରିଦେଇ
ଭ୍ରାନ୍ତି କ୍ଳାନ୍ତି ପେଶିଛନ୍ତି , ମାନସ ପଟ୍ଟରେ ।୨।
ଆତ୍ମାର ପୁରୁଷ କରେ ହାହାକାର
ନବ ଅଙ୍କୁର ଆଶାରେ ,
ହେ ସମୟ ...
ଶ୍ଵାସ ରୁଦ୍ଧେ ବଦ୍ଧ ଛାର
ମାୟା କାମନାର ଜାଲେ , ଅ
ଜନ୍ତା ଅନ୍ଧାରେ ,
ଅଭିମାନେ ଏ ମଣିଷ ତପ୍ତ
ସିଦ୍ଧତାକୁ ବ୍ୟର୍ଥ କରି , ଆପଣା ଅନ୍ତରେ ।୩।
ସଭ୍ୟତାର ଦଗ୍ଧମଧୁ ବିବର୍ତ୍ତନେ
ଇନ୍ଦ୍ରିୟ ପଶିଛି ଫାଶରେ ,
ହେ ସମୟ ...
ଅଜ୍ଞାନଟି ଅନ୍ଧକାରେ ଜଳିଯାଉ
ଚେତନା ଏ ମୁକ୍ତ ହେଉ , ତୁମ ପ୍ରଦୀପରେ ,
ମାନବିକ ଦମ୍ଭ ଅବା କେବେ ସ୍ଵପ୍ନ
ବିଚାରେ ତତ୍ପର ହେଉ , ତୁମ ମାହାତ୍ମ୍ୟରେ ।୪।
ଗୋଟିଏ ଗୋଟିଏ କ୍ଷଣେ ଭରି ଯାଉ
ସ୍ମିତ ଧ୍ଵନି ଶରୀର ଶୀରାରେ ,
ହେ ସମୟ ...
ଆତ୍ମଘାତୀ ସାଜି ମୁଢ ହେୟ ମଣି
କରିଛି ଅବଜ୍ଞା , ଧୃଷ୍ଟତା , କ୍ରୁର ବ୍ୟବହାରେ ,
ଜୀବ ହଂସ କ୍ଷମା ପାଉ
ଆତ୍ମଜ୍ଞାନ ଜନ୍ମ ହେଉ , ତୁମ ସଂଜ୍ଞାନରେ ।୫।