ଜହ୍ନ ଲଗାଇ ଚାନ୍ଦକଳା
କହେ ତା ଦେହେ କଳଙ୍କ
କାହ୍ନୁଙ୍କୁ ଲଗାଇ ଚାନ୍ଦକଳା
କହନ୍ତି ଯଶୋଦା ତିଳକ
ଜଗନ୍ନାଥଙ୍କର ଷୋଳକଳା
କିଏ କହେ ଯେଣୁ ଚାନ୍ଦମାଣିକ
ମାଣିକ ଗଉଡ଼ୁଣୀ ନାମ ସାଥେ
ଜଗନ୍ନାଥେ ତ୍ରିଭୁବନ ରକ୍ଷକ
ଫୁଲକୁ ଫୁଲ ଉଡିବୁଲି ଭଅଁର
କହୁଛି ତାହାର ସାରା ଗୋଲକ
ପ୍ରଜାପତି ଶିଶୁ ହାତୁ ଖସିଯାଇ
କହେ ସେ ରାଜ୍ୟ ରାଜା ତାର ମୂଲକ
କିଏ ଜାଣେ କେତେବେଳେ
ପଡିଗଲେ ଚକାଆଖି ପଲକ
ସମୟ ସହିତ ତାଳ ଦେଇ ବଦଳେ
ରାଜ୍ୟ ରାଜା ଆଉ ପାଳକ
ମୂଲକ ଗୋଲକ ଭୁଲୋକ
ସମୟ ସାରଣୀ ଅନେକ କାହାଣୀ
ଆଣିଦିଏ ପୁଣି କୌତୁକ
ମିଛ ଲାଗୁ ଲାଗୁ ସତ ହୁଏ କେଵେ
ସତ ହୁଏ ମିଛ ବାହାକ ରକ୍ଷକ ଡାହୁକ
ରେ ସମୟ ଘଣ୍ଟା ପରି ଟିକ ଟିକ କରି
ଚାଲୁଥା ଲଗାଇ ତିଳକ ଜଗାଇ ପୁଲକ
ଜଗନ୍ନାଥ ଅଟନ୍ତି ହର୍ତ୍ତା କର୍ତ୍ତା ଦଇବ ବିଧାତା
ସମୟକାଞ୍ଚନ କୌସ୍ତୁଭ ପରମାଣିକ
ଅଙ୍ଗେ ଲିଭା ହେଉ ଅବା ସତ ମିଛ
ଗଲାଣିତ ଯାଉ ଦିହକ ଡହକ ମହକ
ସମୟ ସାରଣୀ ବାରୁଣୀ ଆରୁଣୀ କାରୁଣୀ
ଜାତକ ପଡିଛି ପଟକ ରାଜଯୋଟକ
ଯେତେ ଯା ବଦଳୁ ଗ୍ଲୋବାଲ ପୃଥିବୀ
ଚକାଆଖି ଏକରେ ଅନେକ ଅନେକରେ ଏକ
ବଳିଆର ଭୁଜ ଏକକ ରକ୍ଷକ ଶୀର୍ଷକ
,,,,,,,,,,