STORYMIRROR

ଅନିଲ କୁମାର ଲେଙ୍କା

Inspirational

3  

ଅନିଲ କୁମାର ଲେଙ୍କା

Inspirational

ସମୟ

ସମୟ

1 min
229

ଏବେ ଧୀର ମନ୍ଥର ଗତିରେ

ସରି ସରି ଯାଉଛି ବୟସ,

ଆଉ ସମୟର ପରିଧି ଭିତରେ 

ପ୍ରତି ମୁହୂର୍ତ୍ତରେ ଜୀବନ ଭିତରକୁ

ଲମ୍ୱି ଆସୁଛି ଅବଶୋଷର ତାଲିକା ,

ଆଉ ତାର ମାୟାରେ

ମୋ ଦେହ ମନରେ ଭରା

ଭୟ ଜୁଡୂବୁଡ କୋହ ସବୁ

ମୋ ଆଡ଼କୁ ନିବିଡ଼ ଭାବରେ

ଜଡେଇ ଆସି ମତେ 

କରୁଛନ୍ତି କ୍ଷତ ବିକ୍ଷତ !


ଆଜି ଇଛା ହେଉଛି

ଜୀବନର ଅଙ୍କା ବଙ୍କା ରାସ୍ତାରେ

ମନରେ ଅଦମ୍ୟ ପିପାସା ଭରି

ହାତମୁଠାରେ ଧରି ରଖିବାକୁ-

ଇନ୍ଦ୍ରଧନୁର ସପ୍ତ ତରଙ୍ଗକୁ

ଜହ୍ନ ଆଲୁଅର ଜୋଛନାକୁ

ରସାଳ ତରୁରେ କୋଇଲିର ପଞ୍ଚମକୁ

ଶ୍ରାବଣର ଅବିଶ୍ରାନ୍ତ ବାରିଧାରାକୁ

ଫଗୁଣର ଅବିର ରଙ୍ଗକୁ 

ଏମିତି ଆହୁରି ଅନେକ 

ଯାହା ଖାଲି ସ୍ମୃତି ପଟଳରେ !


କିନ୍ତୁ, 

ଗାଁ ମୁଣ୍ଡର ମଶାଣିରେ ଆଜି

ନିରବତାର ଅକୁହା ଆନନ୍ଦ

ପବନର ଶୀତଳ ପରଶ,

ସତେଜ ଯୌବନର 

ଟାଣପଣ ଭିତରେ ବି,

ଯେମିତି ହାତ ମୁଠାରୁ

ଖସି ଖସି ଆସୁଛି

ଆଶା ଆକାଂକ୍ଷାର ସରୁବାଲି ସବୁ !


ସମୟର ଅବୟବରେ

ବର୍ଷ, ମାସ, ପକ୍ଷ, ସପ୍ତାହ, 

ଦିନ, ଘଣ୍ଟା, ମିନିଟ୍ ପୁଣି ସେକେଣ୍ଡ

ସବୁ ଯେମିତି ମତେ ବନ୍ଦୀ କରିଛନ୍ତି 

ଆଉ ମୁଁ ହୋଇ ଯାଉଛି

ଜୀବନ ନାଟକର

ଜଣେ ଅବହେଳିତ ଚରିତ୍ର,

ଆଶା ଆଉ ପ୍ରତ୍ୟାଶାର

ନିରାଶ, ନିବିଡ, ଅନ୍ଧାକାର କୋଠୀରେ..।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational