ସମୟ
ସମୟ
କିଏ ସେ କହୁଛି
ଜୀବନ ଏଇଠି
ଯନ୍ତ୍ରଣା ଦାୟକ
ଭୋଗିବାକୁ ହୁଏ ଦୁଃଖ,
ମୁଁ କିନ୍ତୁ କହିବି
ଜୀଇଁବା ଜାଣିଲେ
ଏ'ମାଟି ସରଗ
ହାତ ପାଆନ୍ତାରେ
ମିଳଇ ଅନେକ ସୁଖ ।
କିଏ ସେ କହୁଛି
ସିଏ ବଳବାନ
ହେଲେହେଉ ଜଡ
ଭଗବାନ ବଡ଼
କର ତାଙ୍କ ଗୁଣଗାନ,
ମୋହରି ମତରେ
ଯାହାର ଆଜ୍ଞାରେ
ସୂର୍ଯ୍ୟ ଆସେ ଯାଏ
ଦିନ ରାତି ହୁଏ
ସମୟ ନେବ ତା'ସ୍ଥାନ ।
