STORYMIRROR

Prafulla Chandra Mishra

Classics

4  

Prafulla Chandra Mishra

Classics

ବିଜନତା

ବିଜନତା

1 min
433


ସେଦିନର ଶୀତ ରାତି ତାରା ଭରା ଆକାଶ 

ଅଦୂରେ “ଗାଇଲା କିଏ ଗୀତ” “ଭରା ପ୍ରେମ ରସ” 

ବିଜନ ଲଗ୍ନେ ରାତି ଅନ୍ଧାରେ ଶୂନ୍ୟତାକୁ ଚିରି 

ଉଲ୍ଲାସେ ସଙ୍ଗୀତ ଗାଉଛି ୟେ କେଉଁ ସୁନ୍ଦରୀ

ଦେବୀ, ମାନବୀ, ଅପ୍ସରୀ ସପନେ କେ ରଚେରାସ 

ସେଦିନର ଶୀତରାତି ତାରା ଭରା ଆକାଶ ।। 


ପରାଚି ଆକାଶେ ସୂର୍ଯ୍ୟ ସୁ-ପ୍ରଭାତୀ ବନ୍ଦନା 

ଭାସିଆସେ ହୀଲ୍ଲୋଳରେ ଗାଏ ସେ କେଉଁ ଲଳନା 

ଗୀତ ଛନ୍ଦେ ପଞ୍ଚମ ତାନରେ ମଧୂର ମୂର୍ଛନା 

ସଙ୍ଗୀତ ଗାନ ରବମୟେ ଭାଙ୍ଗେ ବିଜନତା 

ହୃଦୟ କମଳେ ସତେ ଢାଳି ଦେଉଛି ପୀୟୂଷ  

ସେ ଦିନର ଶୀତ ରାତି ତାରା ଭରା ଆକାଶ ।। 


ଚଉରା ମୂଳେ କିଏ ସଞ୍ଜେ ସଞ୍ଜବତୀ ଜାଳି 

କାହା ପାଇଁ ପୂଜା ଫୁଲ ଧୂପ ଦୀପ ଭୋଗ ଥାଳି 

ହୁଳହୁଳି ଦେଇ କରେ ବନ୍ଦାପନା କେଉଁ ଆଳି 

ୟେ ବିଜନ ବେଳାରେ ସଞ୍ଜେ ଜଳାଇ ଦୀପାଳି 

ବିଜନ ସଞ୍ଜରେ କରେ ଅନ୍ଧାରକୁ ଆଲୋକିତ  

ସେଦିନର ଶୀତ ରାତି ତାରା ଭରା ଆକାଶ ।। 


ବିଜନାତା ଭରା ରଜନୀ ଏକାକି ସଦନେ 

ବିଷ କି ପୀୟୂଷ ଝରେ ୟେ ଅମୀୟ ଆମନ୍ତ୍ରଣେ

ପ୍ରତିତ ହୁଅଇ କିଏ ବା ଲୁଚିଛି କି ବିଜନେ

ପରୀ ରାଇଜ କୁଆଁରୀ ଆସିଛି କି ସପନେ

ମନରେ ଅନେକ ଭାବ କେତେ କେତେ ଅଭିଳାଷ

ସେଦିନର ଶୀତ ରାତି ତାରା ଭରା ଆକାଶ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics