ସମୟ
ସମୟ


ଶୂନଶାନ ରାତ୍ରି ର ନିଃଶବ୍ଦ ପ୍ରହରେ
ଅବା ସେ ଉଆଁସ ରାତି ର ଘନ ଅନ୍ଧକାରେ
ମୃଗତୃଷ୍ନା ର ଚିକ ଚିକ୍ ଦୃଶ୍ୟ ରେ
କାହା ଅସଜଡ଼ା ଜୀବନରେ
ସମୟ ତୁମେ ଚାଲିଆସ ...
କାହା ଆଦେଶ ରେ ।
ଶିଶୁ ର ହସ ରେ , ମା କୋଳରେ
ଅବା ତୁମେ ଆସ ସେଇ ମାତୃତ୍ୱରେ
କୋଳେଇ ନିଅ ଜୀବନ କୁ ...
ସେଇ ସ୍ନିଗ୍ଧ ହାତ ରେ ...
ସମୟ ତୁମେ ଚାଲିଆସ ..
ପୁଣି କାହା ଆଦେଶ ରେ ..l
ଦୁଃଖ ରେ ସୁଖ ରେ ହସ ରେ ଲୁହ ରେ
ରାଜ ଦ୍ୱାରେ ଶ୍ମଶାନ ରେ ..
ଜୀବନ ଯୁଦ୍ଧ ର ଅନ୍ତିମ ପହରେ
ସମୟ ତୁମେ ଚାଲିଆସ ..
ପୁଣି କାହା ଆଦେଶ ରେ ..l
ଯୌବନ ର ଉତ୍ତlଲ ତରଙ୍ଗେ ...
ବୃଦ୍ଧ ର ଶିରାଳ ଶରୀରେ ..
ବଂଚିବା ସୄହl ନ ଥିବା ଅଲୋଡ଼ା ଜୀବନ ରେ
ମୃତ୍ୟୁ ଆପେକ୍ଷୀତ ଅଲୋଡ଼ା ଶରୀରେ
ସମୟ ସତରେ ତୁମେ ଆସ
କାହା ଆଦେଶ ରେ ........l
ଅବା ତୁମେ ଆସ ସେ ବିଶ୍ୱ ନିୟନ୍ତା ଙ୍କ
ପୂର୍ଣ୍ଣ ନିର୍ଦେଶ ରେ ..
ସମୟ ସତରେ ତୁମେ ଆସ ..
କାହା ଆଦେଶ ରେ .........l
ମୃତ୍ୟୁ ର ଶୀତଳତା ରେ
ଅବା ଜୀବନ ର ଅଲିଭା ଗୀତ ରେ
ସମୟ ତୁମେ ଚାଲିଆସ
କାହା ଆଦେଶ ରେ... I