STORYMIRROR

MISHRA HRUSIKESH

Inspirational

3  

MISHRA HRUSIKESH

Inspirational

ସମୟ

ସମୟ

1 min
275

କବିତା - ସମୟ

ରଚନା - ମିଶ୍ର ହୃଷୀକେଶ

ତା- 29.08.2019

ଏନ୍ତୁଡ଼ି ଶାଳ ରୁ ମଶାଣି ଭୁଇଁଟା

ଯେଉଁ କେତେ ପାଦ ବାଟ,

ସେତିକି ଯିବାକୁ ଜୀବନ ପଥରେ

ଲାଗିଛି ତ ସବୁ ନାଟ।


ଖାଲି ହା ହା କାର ଏ ଛାର ସଂସାରେ

ମିଛ ମାୟା ଭରା ଦିନ,

ସୁଖ ଖୋଜୁ ଖୋଜୁ ଦୁଃଖ ସାଗର ରେ

ବୁଡି ଯାଏ ପରା ମନ।


ମନ ପୋଡିଗଲେ ନିଆଁ ଦିଶେ ନାହିଁ

ଧୂଆଁ ବି ନ ଥାଏ ସେଠି,

ପୋଡା ମନ ନେଇ ଜୀବନ ବିତଈ

ସତେ କାଉଁରିଆ କାଠି।


କେତୋଟି ଦିନ ବା ବଞ୍ଚି ବାକୁ ହେବ

ଖାଲି ମୋର ମୋର କହି,

ବଞ୍ଚି ବାକୁ ଯେତେ ଇଛା ଥିଲେ ମଧ୍ୟ

ସମୟ ଯାଉଛି ବୋହି।


କିସ ଆଣିଥିଲା ଏ ମନ ସେଦିନ

କିସ ବା ନେଇ ସେ ଯିବ,

ଶୂନ୍ୟ ହସ୍ତେ ଆସି ଶୂନ୍ୟ ହୋଇ ପୁଣି

ମାଟିରେ ଦିନେ ମିଶିଵ।


ଛାଡି ଅଭିମାନ ମାନ ସନମାନ

ଆନନ୍ଦେ କଟାଅ ଦିନ,

ଶତ୍ରୁ ମିତ୍ର ସବୁ ମଣିଷ ଅଟନ୍ତି

ବାଣ୍ଟୁ ଥାଅ ସନମାନ।


ଜୀବିତ ଥିଲେ ଯେ ନ ଖୋଜନ୍ତି କେହି

ସଂସାର ନିୟମ ଏହା,

ନିଜ ପାଇଁ ସ୍ଥାନ ଗଢ଼ ଦୁନିଆ ରେ

ଭରଣା ନ ହେବ ଯାହା।


ଏହି ମୋ ସନ୍ଦେଶ ସତ ବୋଲି ଭାବି

ବିଚାର ହେ ବୁଦ୍ଧି ବଳେ,

ମୁଁ ଗଲା ପରେ ମୋ କଥା ସବୁକୁ 

ଭାବୁଥିବ କାଳେ କାଳେ।


ଏ ଅଧମ ଦାସ ମିଶ୍ର ହୃଷିକେଶ

ଆନନ୍ଦ ଖୋଜିବା ପାଇଁ 

ସତ ଚେଷ୍ଟା ତାର କରି ଚାଲୁଅଛି

ଆଉ କିଛି ଲୋଡ଼ା ନାହିଁ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational