ସମୟ ସମୟେ
ସମୟ ସମୟେ


ବେଳେବେଳେ ତୁମ ପୂଣ୍ୟ ପାପଭଳି ଦିଶେ
ତୁମ ଧର୍ମ ଲାଗେ ସତେ ଅଧର୍ମ ବାଟରେ
ସକାଳର ସୂର୍ଯ୍ୟାଲୋକ ବି କରେ ବ୍ୟତିବ୍ୟସ୍ତ
ପୂର୍ଣ୍ଣିମାରେ ଚନ୍ଦ୍ରମା ବି ଲାଗେ ନାପସନ୍ଦ,
ବେଳେବେଳେ ତୁମେ ଆଇନକୁ କର ଘୃଣା
ଈଶ୍ବରଙ୍କୁ ଦିଅ ଲାଞ୍ଚ କିଛି ମୁଦ୍ରା ପାଉଣା
ଗରୀବ ହେବାର ଯାତନାରେ ନିଜକୁ ଲୁଚାଅ
ସବୁ ବୀବେକକୁ ହତ୍ଯା କରି ରକ୍ତାକ୍ତ ହୁଅ ଭିତରେ
ମନକୁ ଭାବିଦିଅ ରାଜା ମହାରାଜା ସ୍ୱାର୍ଥରେ,
ବେଳେବେଳେ ତୁମେ ପାଗଳ ସାଜ
ତୁମ ଚତୁଃପାଶରେ ଚତୁର୍ଦ୍ଦିଗରେ ମଣିଷ ପାଇଁ
କାହା ମନୋରଞ୍ଜନ ପାଇଁ କାହାକୁ ଦୟାବାନ କରିବାକୁ
ଅବା ଅନେକଙ୍କୁ ପରୀକ୍ଷା ନେବାକୁ ନିଜେ କାନ୍ଦି
ଭିକାରୀ ସାଜ କେବେ ଧନର ପରୀକ୍ଷା ନେବାକୁ,
ବେଳେବେଳେ ତୁମେ ଭ୍ରମରେ ଯାଅ ପଡ଼ି
କିଏ କାଚ କିଏ କାଞ୍ଚନ ନଜାଣି ଆଲୋକର ଅନ୍ଧକାରରେ
ପରିସ୍ଫୁଟ ନୀରବତାର ସକାଳ ମୁଖରେ ତୁମର
ତୁମ ଅନ୍ତର ସମୁଦ୍ରରେ ସୁନାମିର ଗର୍ଜନକୁ ଲୁଚାଇ
ଆପାଦମସ୍
ତକ ପରିଧାନେ ବି ତୁମେ ବିକୃତ ଲାଗ
ପ୍ରତିଦିନ ତୁମେ ସମୟକୁ ଦିଅ ଦୋଷ
ସମୟ କେବେ ରଖେନି କାହାପ୍ରତି ରାଗରୋଷ,
ସମୟ ସମୟରେ ତୁମେ ଜାଳିଦିଅ ଆତ୍ମାକୁ
ମନର ବିକାରକୁ ଆକାର ଦିଅ ଇଛାର ଆଦେଶରେ
ପୁଷ୍ପପରି ଦିଶିମଧ୍ୟ କଣ୍ଟା ପରି ଆଚରଣ
ବୀବେକର ଶବ ଉପରେ କର ଆତ୍ମାର ହତ୍ଯା,
ବେଳେବେଳେ ପୁଣି ଫେରିଯାଅ ସେହି ପାଦତଳକୁ
ଯାହାଙ୍କ ଚରଣରେ ସାରା ସଂସାର ତୁମେ ହାରିଯାଇ
ନତମସ୍ତକ ହୋଇ ପ୍ରଣୀପାତ କରି
ପୁଣିଥରେ ନିଜକୁ କର ଆବିଷ୍କାର ବାରବାର
ସମୟ କାହାକୁ ଶୁଣେନି କାହାକୁ ମାନେନି
ତୁମେ ସମୟକୁ ପ୍ରଣାମ କର କର୍ମକର,
ବେଳେବେଳେ ପ୍ରକୃତି ପରୋକ୍ଷ ରେ ଅନେକ ସୂଚାଏ
ମହାବାତ୍ୟା ର ତାଣ୍ଡବଲୀଳା ଦେଖାଏ
ନିଦ୍ରାରୁ ଜାଗ୍ରତ ପାଇଁ ଧର୍ମରକ୍ଷା ନିମନ୍ତେ
ସମୂଳେ ନାଶରୁ ବର୍ତ୍ତିବା ର ଉପାୟ ବି ଦେଖାଏ
ଦେହରେ ଦେହରେ ସଂସାର ହାରିବ
ଆତ୍ମାର ବିବେକ ର ଅନୁସନ୍ଧାନ ହେଉ
ମଣିଷ ମଣିଷ ହେଉ ଈଶ୍ବର ନହେଉ।