STORYMIRROR

Jyotiranjan Acharya

Abstract Others

3  

Jyotiranjan Acharya

Abstract Others

ସ୍ମୂତିର ସ୍ମଶାନ

ସ୍ମୂତିର ସ୍ମଶାନ

1 min
137


ସହରରୁ କିଛି ଦିନ ଛୁଟି ନେଇ

ଗାଁ ଯାଇଥିଲି

ସେହି ମୋର ଅତି ପ୍ରିୟ ଗାଁ

ସେହି ମୋର ଗେହ୍ଲା ମାଟି ମାଆ

ହେଲେ ଏ କ'ଣ, ଅନେକ କିଛି ନୂଆ ନୂଆ 

ଆଉ କିଛି ଅତି ଅବାଗିଆ ।

କେଉଁଠି ଆସିଲି ବୋଲି ଚମକି ପଡ଼ିଲି।

ଅକ୍ଷାଂଶ ଦ୍ରାଘିମା ଠିକ୍, 

ଜିପିଏସ୍ ଦେଖାଇଲା ଠିକ୍ ଅବସ୍ଥିତି 

ହେଲେ କେମିତି କେମିତି ଥିଲା ପରିସ୍ଥିତି।

କାହିଁ ଗଲା ବିଲ ବଣ ତୋଟା ମାଳ

ସବୁ କିଛି ଶ୍ୟାମଳ ଶ୍ୟାମଳ?

ବୃକ୍ଷହୀନ ଲାଗୁଥିଲା ସତେ ମରୁସ୍ଥଳ।

ଗହୀରରେ ବିଲ କମ୍ ବିଲ୍ଡିଂ ଅଧିକ

ହାଟରେ ହାଟ ନାହିଁ ବଡ଼ ସପିଂ ମଲ୍

ଦାଣ୍ଡରେ କାଦୁଅ ନାହିଁ ଭଳି ଧୁଳି ନାହିଁ

ହେଲେ ପ୍ରତି ମନ କର୍ଦ୍ଦମାକ୍ତ 

ପ୍ରତି ଘର ଓ ଘରୁଆ ସଂସ୍କୃତି

ସବୁ କିଛି ମଇଳା ଓ ଧୁଳିଧୁସରିତ ।

ନାଁ ତା'ର ବଡ଼ ନଈ

ହେଲେ ପାଣି ଟିକେ ନାହିଁ।

ସକାଳ ଗାଧୁଆ ତୁଠ ସଞ୍ଜର ବୈଠକି

ସବୁ କିଛି ଯାଇଥିଲା ରୋକି

ଏବେ ଖାଲି ଶୁଖିଲା ମନ ବିଷର୍ଣ୍ଣ ବଦନ

ନଦୀ ସହ ଜୀବନ ବି ଯାଇଛି କି ଶୁଖି।

ଓଷା ବାଆ ବ୍ରତ ସବୁ ହୋଇଛି ଅତୀତ

ଖୁଦୁକୁଣୀ ଢ଼ିଙ୍କି ପୂଜା

କୁଆଁର ପୁନେଇଁ ଗୀତ ରେ ଦୋଳି

ସବୁ କିଛି ପ୍ରାୟ ଏଠି ମୃତ।

ଭାଇ ପଣ ଲମ୍ବ ଦାଣ୍ଡି ଘର

ମିଳାମିଶା ବିସ୍ତୀର୍ଣ୍ଣ ଦୁଆର

ହେଲା ସବୁ ଦୃଶ୍ୟ କାଲିକାର

ବୋହୂ ଚୋରି ଡାଳି ମାଙ୍କୁଡୀ 

ଛକ ମୁଣ୍ଡ ତାସ୍ ପସା ମାଡ଼

ସବୁ ଛାଡ଼ି ପିଲାଠାରୁ ବୁଢା ଯାଏଁ

ସମସ୍ତେ ନିଶାଶକ୍ତ ବରଂ ଅବସାଦ ଗ୍ରସ୍ତ।

ମୋତେ ଲାଗିଲା

ସମସ୍ତେ ନିଜ ଦ୍ବାରା ନିଜେ ଗୃହ ବନ୍ଦୀ

ଏବଂ ଖୁବ୍ ବେଶି ବ୍ୟସ୍ତ ଆଉ ତ୍ରସ୍ତ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract